Categories: Uncategorized

ମେଟାକୁ ୧.୩ ବିଲିୟନ ଡଲାର ଜରିମାନା

ଲଣ୍ଡନ, ୨୩ା୫: ୟୁଜରମାନଙ୍କ ବ୍ୟକ୍ତିଗତ ଡେଟା ଆମେରିକାକୁ ପ୍ରେରଣ କରୁଥିବା ସୋସିଆଲ ନେଟ୍‌ଓ୍ବର୍କ ଜିଆଣ୍ଟ ମେଟା ପ୍ଲାଟ୍‌ଫମର୍‌ସ ଆଇଏନ୍‌ସି ଉପରେ ୟୁରୋପୀୟ ୟୁନିୟନ ପ୍ରାଇଭେସି ରେଗୁଲେଟର୍ସ ରେକର୍ଡ ୧.୩ ବିଲିୟନ ଡଲାର ଜରିମାନା ଲଗାଇଛି। ଆଟଲାଣ୍ଟିକ ଦେଇ ଆମେରିକାକୁ ୟୁଜରମାନଙ୍କ ଡେଟା ଟ୍ରାନ୍ସଫର ଯୋଗୁ ଲୋକଙ୍କ ମୌଳିକ ଅଧିକାର ଓ ସ୍ବାଧୀନତା ପ୍ରତି ବିପଦ ସୃଷ୍ଟି ହୋଇଥିବା ଇରିଶ ଡେଟା ପ୍ରୋଟେକ୍‌ଶନ କମିଶନ କହିଛି। ଏଥିସହିତ ଆମେରିକାକୁ ଡେଟା ପ୍ରେରଣ ବନ୍ଦ ଲାଗି ୟୁରୋପୀୟ ୟୁନିୟନ ସମୟସୀମା ଧାର୍ଯ୍ୟ କରିଛି। ବ୍ୟକ୍ତିଗତ ଡେଟା ପ୍ରେରଣ ୫ ମାସ ମଧ୍ୟରେ ବନ୍ଦ କରିବା ସହ ଆମେରିକାରେ ସେଗୁଡ଼ିକର ବେଆଇନ ପ୍ରୋସେସିଂ ଏବଂ ଷ୍ଟୋରେଜ୍‌ ୬ ମାସରେ ବନ୍ଦ କରିବାକୁ ମେଟାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁରୋପକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ଆକ୍ସେସ୍‌ରେ କୌଣସି ସମସ୍ୟା ହେବ ନାହିଁ ବୋଲି ରାୟ ଘୋଷଣା ପରେ ମେଟା ପକ୍ଷରୁ କୁହାଯାଇଛି।