କାଲିଫର୍ନିଆ,୭।୩: ଫେସ୍ବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟ୍ଫର୍ମ ଇନକର୍ସ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂତନ ରାଉଣ୍ଡର ଛଟେଇ ଚଳିତ ସପ୍ତାହରେ କରାଯିବ ବୋଲି ଜଣାପଡିଛି।
ନଭେମ୍ବରରେ ଏହି କମ୍ପାନୀ ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା। ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ଭୟ ଏବଂ କମ୍ପାନୀର ରାଜସ୍ବ ହ୍ରାସକୁ ଦୃଷ୍ଟିରେ ରଖି କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ମେଟା ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା।