ମେଟାଲ ଡିଟେକ୍ଟରର କମାଲ, ଘର ବଗିଚାରେ କାନ ଫୁଲ ଖୋଜୁ ଖୋଜୁ ମିଳିଲା ବହୁ ବର୍ଷ ପୁରୁଣା କଳାକୃତି

ଓସଲୋ,୭।୧୦: ନରୱେରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମେଟାଲ ଡିଟେକ୍ଟର ସାହାଯ୍ୟରେ ସୁନା ଖେଶଜିବା ସମୟରେ ଗୋଟିଏ ପରିବାରକୁ ଶତାବ୍ଦୀ ପୁରୁଣା କଳାକୃତି ମିଳିଛି। ବାସ୍ତବରେ, ପରିବାର ସଦସ୍ୟମାନେ ସେମାନଙ୍କ ବଗିଚାରେ ହଜିଯାଇଥିବା କାନ ଫୁଲକୁ ଖୋଜୁଥିଲେ, କିନ୍ତୁ ସେଠାରେ ସେମାନେ ଏକ ଶତାବ୍ଦୀ ପୁରୁଣା କଳାକୃତି ପାଇଥିଲେ।

ସୂଚନାନୁସାରେ, ଆସଭିକ ପରିବାର ଖନନ ସମୟରେ ଏକ ପାତ୍ର ଆକୃତିର ବାଲ୍ଟି ଏବଂ ଅନ୍ୟାନ୍ୟ ଜିନିଷ ପାଇଥିଲେ। ତେବେ ଏହି ସବୁ ଜିନିଷକୁ ଭାଇକିଙ୍ଗ ଯୁଗରୁ ପୋତି ଦିଆଯାଇଥିଲା। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ନବମ ଶତାବ୍ଦୀରେ ଜୋମଫ୍ରୁଲାଣ୍ଡରେ ଜଣେ ମହିଳାଙ୍କୁ କବର ଦେବା ପାଇଁ ଏହି କଳାକୃତି ବ୍ୟବହାର କରାଯାଇଥିଲା।
ଭେଷ୍ଟଫୋଲ୍ଡ ଏବଂ ଟେଲି ମାର୍କ କାଉଣ୍ଟି କାଉନସିଲର ସାଂସ୍କୃତିକ ଐତିହ୍ୟ ବିଭାଗ ପରିବାରକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଜୋମଫ୍ରୁଲାଣ୍ଡରେ ଏକ ଭାଇକିଙ୍ଗ ଯୁଗର ଆବିଷ୍କାର କରିଥିବା ପରିବାରକୁ ଆମେ ଅଭିନନ୍ଦନ ଜଣାଉଛୁ। ସେ କହିଛନ୍ତି ଯେ କବରରେ ମିଳିଥିବା କଳାକୃତିଟି ଏକ ଅଣ୍ଡାକାର ଆକୃତିର ବ୍ରୋଚ ଅଟେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ସାଧାରଣତଃ ଭାଇକିଙ୍ଗ ମହିଳାଙ୍କ କବରରେ ବ୍ରୋଚ ଦେଖିବାକୁ ମିଳିଥିଲା, ଯାହା ସେମାନଙ୍କ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା।

Share