‘ମେଟଲ୍‌ ମିଟ୍‌ ୨୦୨୩’: ଜୁନିୟରରେ ସିଡିଏ ଡିଏଭି, ସିନିୟରରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌ ୨୦୨୩’ ରବିବାର ଶେଷ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଜୁନିୟର ବର୍ଗରେ କଟକ ସିଡିଏ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ବିଜେତା ହୋଇଥିବା ବେଳେ ସିନିୟର ଗ୍ରୁପ୍‌ରେ ଏମ୍ସ ଭୁବନେଶ୍ୱର ବାଜିମାତ କରିଛନ୍ତି।

ଜୁନିୟର ବର୍ଗରେ ଭୁବନେଶ୍ୱର ଲୟୋଲା ସ୍କୁଲ ପ୍ରଥମ ରନର୍ସ ଅପ୍‌ ଓ ଦ୍ୱିତୀୟ ରନର୍ସ ଅପ୍‌ ପୁରୀର ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲ ହୋଇଥିଲା। ସେହିପରି ସିନିୟର ବର୍ଗରେ ବୁର୍ଲା ଭିମ୍‌ସାର ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଆଇଆଇଟି ଭୁବନେଶ୍ୱର ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲା। ଉଭୟ ଟିମ୍‌ର ବିଜେତାଙ୍କୁ ପୁରସ୍କାର ବାଦବରେ ୧ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ପ୍ରଥମ ରନର୍ସ ଅପ୍‌ଙ୍କୁ ୫୦ ହଜାର ଏବଂ ଦ୍ୱିତୀୟ ରନର୍ସ ଅପ୍‌ଙ୍କୁ ୨୫ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମକୁ କୁଇଜ ମାଷ୍ଟର ଅଜୟ ପୁନିଆ ପରିଚାଳନା କରିଥିବା ବେଳେ ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି, ଇଣ୍ଡିଆନ ଅଏଲ୍‌, ନାଲ୍‌କୋ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍‌, ଏମ୍‌ସିଏଲ୍‌, ପାରାଦୀପ ଫସ୍‌ପେଟ୍‌ ଲିମିଟେଡ, ଆର୍ସେଲର୍‌ ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ, ବେଦାନ୍ତ, ରୁଚି ଫ୍ରୋଜିଟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଆଦିତ୍ୟ ବିର୍ଲା, ବାଜିରାଓ ଆଇଏଏସ୍‌ ଏକାଡେମୀ, ଏସ୍‌ବିଆଇ ଏବଂ ଆପିଟ୍‌ ପ୍ଲସ ରହିଥିବା ବେଳେ କାର୍ଯ୍ୟକ୍ରମର ପାର୍ଟନର୍ସ ଭାବେ ଓମ୍‌ଫେଡ୍‌, ଧରିତ୍ରୀ, ଟିମ୍‌ ଏବଂ ୱିଫି ଇଣ୍ଟରନେଟ ରହିଥିଲେ।

Share