ମେଟଲ୍‌ ମିଟ୍‌-୨୦୨୪: ଆରମ୍ଭ ହେଲା ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୪ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ତଥା ଅନ୍ତିମ ଦିବସର ରାଜ୍ୟସ୍ତରୀୟ କୁଇଜ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୨୪’ର ଗ୍ରାଣ୍ଡ୍‌ ଫିନାଲେ ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ରେ ରବିବାର ଆରମ୍ଭ ହୋଇଛି। ଗ୍ରାଣ୍ଡ୍‌ ଫିନାଲେରେ ଜୁନିୟର ଓ ସିନିୟର ବିଭାଗର ମୋଟ୍‌ ୧୬ଟି ଟିମ୍‌ ଭାଗ ନେଇଛନ୍ତି। ପ୍ରଥମେ ଜୁନିୟର ବିଭାଗର ଟପ୍‌-୮ଟି ଟିମ୍‌ ଫିନାଲେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି।

କୁଇଜ ମାଷ୍ଟର ଅଜୟ ପୁନିଆ ପ୍ରଥମ ରାଉଣ୍ଡ ପ୍ରଶ୍ନୋତ୍ତର ଆରମ୍ଭ କରିଥିବା ବେଳେ ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ ଫାଇନାଲ ପାଇଁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜୁନିୟର ଫାଇନାଲିଷ୍ଟସ୍‌

କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
ମଦର୍ସ ପବ୍ଲିକ ସ୍କୁଲ, ଭୁବନେଶ୍ୱର
ଲୟୋଲା ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, ସିଡିଏ, କଟକ
ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର, ଭୁବନେଶ୍ୱର
ଦିଲ୍ଲୀ ପବ୍ଲିକ ସ୍କୁଲ, କଳିଙ୍ଗା, କଟକ
ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍‌-୮, ଭୁବନେଶ୍ୱର

ସିନିୟର ଫାଇନାଲିଷ୍ଟସ୍‌

ଏନ୍‌ଆଇଟି, ରାଉରକେଲା
ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ, କଟକ
କିଟ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ଆଇଆଇଟି, ଭୁବନେଶ୍ୱର
ନାଇଜର, ଜଟଣୀ, ଖୋର୍ଦ୍ଧା
ଭିମ୍‌ସାର, ବୁର୍ଲା, ସମ୍ବଲପୁର
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକ
ଏମ୍ସ, ଭୁବନେଶ୍ୱର

ପୁରସ୍କାର ବାବଦରେ ମୋଟ ୩.୫ଲକ୍ଷ ଟଙ୍କା ରହିଥିବାବେଳେ ଉଭୟ ବର୍ଗର ବିଜେତା ଟିମ୍‌କୁ ୧ଲକ୍ଷ, ପ୍ରଥମ ରନର୍ସଅପ୍‌କୁ ୫୦ ହଜାର ଏବଂ ଦ୍ୱିତୀୟ ରନର୍ସଅପ୍‌କୁ ୨୫ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯିବ।

Share