Categories: ଜାତୀୟ

ଆକାଶରୁ ଖସିଲା ଧାତବ ବସ୍ତୁ

ମୁମ୍ବାଇ,୪।୪: ମହାରାଷ୍ଟ୍ର ଚନ୍ଦ୍ରପୁର ତହସିଲର ସିନ୍ଧଓ୍ବୋହିର ଏକ ଖୋଲା ପଡ଼ିଆରେ ଗୋଲାକାର ମେଟାଲ ଅବ୍‌ଜେକ୍ଟ ଦେଖିବାକୁ ମିଳିଛି। ଶନିବାର ରାତିରେ ସ୍ଥାନୀୟ ଲୋକେ ଆକାଶରେ ଦୀର୍ଘକାୟ ବସ୍ତୁ ଜଳୁଥିବାର ଦେଖିଥିଲେ। ଏହାର କିଛି ସମୟ ପରେ ଏକ ଉତ୍ତପ୍ତ ମେଟାଲ ରିଙ୍ଗ୍‌ ଆକାଶରୁ ତଳକୁ ଖସିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଶନିବାର ବିଳମ୍ବିତ ରାତିରେ ୩ ମିଟର ଗୋଲାକାର ବିଶିଷ୍ଟ ଉତ୍ତପ୍ତ ଅଜ୍ଞାତ ଧାତବ ବସ୍ତୁ ଆକାଶରୁ ଖସିଥିବାବେଳେ ଏଭଳି କୌଣସି ବସ୍ତୁ ପୂର୍ବରୁ ଏଠାରେ ନ ଥିବା ଲୋକେ ଦାବି କହିଛନ୍ତି। ମୁମ୍ବାଇ ଡିଜାଷ୍ଟର ମ୍ୟାନେଜମେଣ୍ଟ ରୁମ୍‌ରୁ ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜିଲାପାଳ ଅଜୟ ଗୁଲହାନେ କହିଛନ୍ତି।
ନ୍ୟୁଜିଲାଣ୍ଡସ୍‌ର ମାହିଆ ପେନସୁଲାରୁ ରକେଟ୍‌ ଲାବ୍‌ ଇଲେକ୍ଟ୍ରୋନିକ ଲଞ୍ଚରୁ ଶନିବାର ଦୁଇଟି ସାଟେଲାଇଟ୍‌ ଲଞ୍ଚ କରାଯାଇଥିବାବେଳେ ମିଳିଥିବା ଅବଶେଷ ରକେଟ୍‌ ଲଞ୍ଚରର ହୋଇଥିବା ଆଶଙ୍କା କରାଯାଉଛି। ଅନ୍ୟପଟେ ଚାଇନା ତା’ର ‘ଚାଙ୍ଗ୍‌ ଜେଙ୍ଗ୍‌ ୩ବି’ ଓ୍ବାଇ୭୭ ଲଞ୍ଚ କରିଥିବାବେଳେ ଉକ୍ତ ଗୋଲାକାର ବସ୍ତୁ ଚାଇନା ରକେଟର ହୋଇଥିବା ଅଷ୍ଟ୍ରୋନମର ଜୋନାଥାନ ଏମ୍‌ସିଡୋଓ୍ବେଲ୍‌ ଟୁଇଟରରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି।

Share