Categories: ଫୁରସତ

ସୁରଟରେ ଆକାଶରୁ ବର୍ଷିଲା ସୁନା ବିସ୍କୁଟ ଭଳି ଧାତୁ

ସୁରଟ, ୮।୧୦: ଗୁଜରାଟ ସୁରଟ ସହରର ଏକ ଗ୍ରାମରେ ସୁନା ବିସ୍କୁଟ ଭଳି ଦେଖାଯାଉଥିବା ଏକ ଧାତୁ ବର୍ଷା ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହି ଧାତୁ ସଂଗ୍ରହ କରିବାକୁ ଘରୁ ବାହାରି ଆସି ରାସ୍ତାରେ ବୁଲିବାକୁ ଲାଗିଥିଲେ। ବୁଧବାର ରାତିରେ ସୁରଟ ବିମାନ ବନ୍ଦର ନିକଟ ଡୁମୁସା ଗ୍ରାମର ଲୋକମାନେ ସୁନା ଭଳି କିଛି ଜିନିଷ ପାଇଥିବା ଖବର ଏବେ ପ୍ରକାଶ ପାଇବା ପରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।


ପରି ଦେଖାଯାଉଥିବା ଏହି ଧାତୁ କ’ଣ। ଏହି ଧାତୁ ରାସ୍ତା ଓ ବୁଦା ଭିତରୁ ମିଳିଛି। କିନ୍ତୁ ଏହି ଧାତୁ ଯାହାର ହାତରେ ଲାଗିଛି ସେମାନେ ଏହାକୁ ସୁନା ଭାବି ନେଇଯାଇଛନ୍ତି। ରାସ୍ତା ଆଦିରେ ସୁନା ପଡ଼ିଥିବା ଖବର ଚାରିଆଡ଼େ ବିଜୁଳି ବେଗରେ ବ୍ୟାପୀ ଯାଇଥିଲା। ଫଳରେ ସୁନା ପାଇବା ଆଶାରେ ଡୁମୁସା ଗ୍ରାମ ଅଭିମୁଖେ ଶହଶହ ସଂଖ୍ୟାରେ ଲୋକମାନେ ଛୁଟିବାରେ ଲାଗିପଡ଼ିଲେ। ସାରା ରାତି ଲୋକମାନେ ହାତରେ ଟର୍ଚ୍ଚ ଧରି ସୁନା ଖୋଜିବାରେ ଲାଗିଥିଲେ। କୌତୁହଳର ବିଷୟ ଏହି ଧାତୁ ସୁନା କି ପିତ୍ତଳ କେହି ଜାଣି ନ ଥିଲେ ସୁଦ୍ଧା ସୁନା ଭାବି ସମସ୍ତେ ଖୋଜିବାରେ ବ୍ୟସ୍ତ ରହିଛନ୍ତି।

Share