ନୂଆଦିଲ୍ଲୀ,୩।୬: ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି ଉଲ୍ଲଂଘନ ହେତୁ ଫେସବୁକରେ ୧୧.୬ ମିଲିୟନ ପୋଷ୍ଟ ଡିଲିଟ କରିଛି ବୋଲି ମେଟା କହିଛି। ଏଥି ସହିତ କମ୍ପାନୀ ଇନଷ୍ଟାଗ୍ରାମରୁ ୫.୪ ନିୟୁତ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ମାସରେ ଫେସବୁକରେ ୧୩ ଏବଂ ଇନଷ୍ଟାଗ୍ରାମରେ ୧୨ଟି ନୀତି ଉଲ୍ଲଂଘନ ମାମଲା ରୁଜୁ ହୋଇଥିଲା।
ମେଟା କହିଛି ଯେ, ଏପ୍ରିଲ ମାସରେ ଭାରତୀୟ ଅଭିଯୋଗ ମେକାନିଜିମ ମାଧ୍ୟମରେ ଫେସବୁକରେ ୧୭,୧୨୪ଟି ଅଭିଯୋଗ ଆସିଛି, ସେଥିମଧ୍ୟରୁ ୯,୯୭୭ଟି ମାମଲା ସମାଧାନ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଆଇଟି ନିୟମ ୨୦୨୧ ଅନୁଯାୟୀ ଏପ୍ରିଲରେ ନିଆଯାଇଥିବା କାର୍ଯ୍ୟର ମାସିକ ରିପୋର୍ଟ ପ୍ରକାଶ କରିଛି।