ଆଜି ପ୍ରବଳ ବର୍ଷିବ, ୩ରୁ କମିବ

ଭୁବନେଶ୍ୱର,୧।୯(ଅନୁରାଧା ମହାରଣା): ବଙ୍ଗୋପସାଗର ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଶନିବାର ଅବପାତର ରୂପ ନେବା ପରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲାରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ମଧ୍ୟ ବିଭିନ୍ନ ଜିଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ ୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଶନିବାର ଜାରି କରାଯାଇଥିବା ବୁଲେଟିନରୁ ପ୍ରକାଶ ପାଇଛି।
ଅନ୍ୟପଟେ ରବିବାର ବର୍ଷା ନେଇସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଜିଲାପାଳଙ୍କୁ ସତର୍କ କରାଇଛନ୍ତି। ଅବପାତ ପ୍ରଭାବରେ ୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରବିବାର ପାଇଁ ୩ ଜିଲାକୁ ଅରେଞ୍ଜ ଓ ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ୩ ତାରିଖ ଠାରୁ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ।

Share