ଲାହୋରରେ ବନ୍ୟା ଚେତାବନୀ ଦେଲା ପାଣିପାଗ ବିଭାଗ

ଲାହୋର,୩୦ା୭: ପାକିସ୍ତାନର ଲାହୋର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି।

ଲାହୋରର ଜଳ ଏବଂ ପରିମଳ ଏଜେନ୍ସି ଦ୍ୱାରା ଶେୟାର ହୋଇଥିବା ବୃଷ୍ଟିପାତ ତଥ୍ୟ ଅନୁଯାୟୀ, ଗୁଲଶନ-ଇ-ରବି, କୁର୍ତ୍ତବା ଚୌକ, ନିସ୍ତାର ଟାଉନ ନିର୍ଦ୍ଦେଶକ କାର୍ଯ୍ୟାଳୟ, ଲକ୍ଷ୍ମୀ ଚୌକ୍‌, ଜୋହର ଟାଉନ ଏସ୍‌ଡିଓ କାର୍ଯ୍ୟାଳୟ, ତାଜପୁରା ଏସଡିଓ କାର୍ଯ୍ୟାଳୟ, ଇକବାଲ ଟାଉନ ଏସ୍‌ଡିଓରେ ସର୍ବାଧିକ ବର୍ଷା ହୋଇଛି।

Share