ଏହି ୩ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୬ା୧୦: ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି ପଡୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ଆଗାମୀ ୩ ଘଣ୍ଟା ପାଇଁ ୩ ଜିଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଜିଲା ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗକେନ୍ଦ୍ର ସୂଚନା ଦେଇଛି। ଏସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ସେହିପରି ଶନିବାର କିଛି ଜିଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାର ତାପମାତ୍ରା ୩୬.୪ ଡିଗ୍ରୀ ଥିବା ବେଳେ ପାରଳାଖେମୁଣ୍ଡିରେ ୩୬.୨ ଡିଗ୍ରୀ ଥିଲା। ଭୁବନେଶ୍ୱର ୩୫.୫ ଡିଗ୍ରୀ, ସମ୍ବଲପୁର ୩୫.୯, ବଲାଙ୍ଗୀର ୩୫.୪, ବୌଦ୍ଧ ୩୫.୮, କେନ୍ଦ୍ରାପଡ଼ା ୩୫, ସୁନ୍ଦରଗଡ଼ ୩୫.୩, ମାଲକାନଗିରି ୩୫.୧ ଡିଗ୍ରୀ ରହିଥିଲ। ସକାଳେ ଆର୍ଦ୍ରତା ୮୦ରୁ ୯୦% ଥିବାବେଳେ ସନ୍ଧ୍ୟାରେ ୭୦ରୁ ୯୦% ରହିଥିଲା। ଭୁବନେଶ୍ୱର ତାପମାତ୍ରା ସ୍ବାଭାବିକଠାରୁ ୩.୨ ଡିଗ୍ରୀ ଓ ସମ୍ବଲପୁରରେ ୨.୬ ଡିଗ୍ରୀ ଅଧିକ ରହିଛି। ରାତିରେ ବି ବାତାବରଣ ବିଶେଷ ଥଣ୍ଡା ପଡ଼ିନି । ପାରଦ ୨୫-୨୭ ଡିଗ୍ରୀ ପାଖାପାଖି ରହୁଛି। ପୁରୀରେ ରାତି ତାପମାତ୍ରା ଶନିବାର୨୯ ଡିଗ୍ରୀ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…

ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

ନିୟମିତ ହେବେ ୯୨୦୦ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା...

ଆର୍‌ଆଇ, ଅମିନ ପରୀକ୍ଷା ଅନିୟମିତତା ଘଟଣା: ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ପରୀକ୍ଷାରେ...

ସ୍ବେଚ୍ଛାକୃତ ଅବସର ପାଇଁ ଅରୁଣ ଷଡ଼ଙ୍ଗୀଙ୍କୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ରାଜ୍ୟ ସରକାର ୧୯୯୦ ବ୍ୟାଚ ଆଇପିଏସ୍‌ ତଥା ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ...

ଖାତାକୁ ଆସିଲା ଟଙ୍କା

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ରର ୱାସିମ୍‌ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯...

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri