Categories: Uncategorized

ଅର୍ଥନୀତିରେ ମିଥେନ

ଡ. ଚିତ୍ତରଂଜନ ମିଶ୍ର

ମସ୍ତ ଜୀବିତ ପ୍ରାଣୀଙ୍କ ମଧ୍ୟରେ ଅଙ୍ଗାରକ ଓ ଉଦଜାନ ମୌଳିକ ଉପାଦାନ ରହିଛି । ସେମାନଙ୍କ ଶରୀର ମୃତ୍ୟୁ ପରେ ଅବକ୍ଷୟ ହେବା ଆରମ୍ଭ କରିଦେଇଥାଏ। ଯଦି ପରିବେଶରେ ଅମ୍ଳଜାନ ଉପଲବ୍ଧ ହୋଇଥାଏ ତେବେ ଅଙ୍ଗାରକ ଅଙ୍ଗାରକାମ୍ଳକୁ ଓ ଉଦଜାନ ଜଳକୁ ରୂପାନ୍ତରିତ ହୋଇଥାଏ। ଯଦି ପରିବେଶରେ ଅମ୍ଳଜାନ ଉପଲବ୍ଧ ହୋଇ ନ ଥାଏ ସେହି ଅଙ୍ଗାରକ ମିଥେନକୁ ରୂପାନ୍ତରିତ ହୋଇଥାଏ। ଅଙ୍ଗାରକାମ୍ଳ ତୁଳନାରେ ମିଥେନ ଅଧିକ ବିଶ୍ୱତାପନ ସୃଷ୍ଟି କରିଥାଏ। ମିଥେନ ଅଣୁଗୁଡ଼ିକ ମଧ୍ୟରେ କମ୍ପନ ଅଙ୍ଗାରକାମ୍ଳ ଅଣୁ ଅପେକ୍ଷା ଅଧିକ ହୋଇଥାଏ। ତେଣୁ ମିଥେନ ଅଙ୍ଗାରକାମ୍ଳ ତୁଳନାରେ ୨୮ରୁ ୮୦ଗୁଣ ଅଧିକ ଉତ୍ତାପକୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ ଏବଂ ଅଧିକ ତାପନ ସୃଷ୍ଟି କରିଥାଏ। ନଭେମ୍ବର ୧୨ରେ ସମାପ୍ତ ହୋଇଥିବା ଗ୍ଲାସଗୋ କୋପ୍‌ -୨୬ ବିଶ୍ୱ ଜଳବାୟୁ ସମ୍ମିଳନୀରେ ପ୍ରାୟ ୧୦୦ଟି ରାଷ୍ଟ୍ର ମିଥେନ ବାଷ୍ପର ନିର୍ଗମନକୁ ସୀମିତ ରଖିବା ପାଇଁ ସହମତି ପ୍ରକାଶ କରିଛନ୍ତି; ଯଦ୍ଦ୍ବାରା ମିଥେନ ବାଷ୍ପଜନିତ ବିଶ୍ୱତାପନରେ ହ୍ରାସ ଘଟିପାରିବ।
କୃଷି ଓ ପଶୁପାଳନରୁ ବହୁଳ ପରିମାଣର ମିଥେନ ବାଷ୍ପ ନିର୍ଗତ ହୋଇଥାଏ। ଧାନ କ୍ଷେତଗୁଡ଼ିକ ବର୍ଷା ଓ ବନ୍ୟାରେ ଜଳପ୍ଳାବିତ ହୋଇଯାଇଥାଏ। ତେଣୁ ଜଳରେ ଥିବା ଅମ୍ଳଜାନ ପରିମାଣରେ ଦ୍ରୁତ ହ୍ରାସ ଘଟିଥାଏ। ତେଣୁ ଜଳମଗ୍ନ ହୋଇଥିବା ଧାନଗଛର ପତ୍ର ଓ ଅନ୍ୟାନ୍ୟ ପଦାର୍ଥଗୁଡ଼ିକ ପଚିବାକୁ ଆରମ୍ଭ କରିଥାଏ ଓ ତହିଁରୁ ମିଥେନ ବାଷ୍ପ ନିର୍ଗମନ ହୋଇଥାଏ। ପାଚନ ଓ ଗୋବରର କିଣ୍ବନ ପ୍ରକ୍ରିୟାରେ ପଶୁଧନମାନଙ୍କ ଦ୍ୱାରା ମଧ୍ୟ ମିଥେନ ନିର୍ଗମନ ହୋଇଥାଏ। ବଡ଼ ବଡ଼ ଜଳବିଦ୍ୟୁତ୍‌ ପ୍ରକଳ୍ପର ଜଳଭଣ୍ଡାର ମଧ୍ୟକୁ ପ୍ରବାହିତ ହୋଇ ଯାଉଥିବା ପତ୍ର, ଗଛର ଛୋଟ ଛୋଟ ଡାଳ, ଶାଖା ପ୍ରଶାଖା, ପଶୁ ଆଦିର ମୃତ ଶରୀର ଇତ୍ୟାଦି ତଳକୁ ବସିଯାଇଥାଏ ଏବଂ ସେ ସବୁ ପଚି ଦୁର୍ଗନ୍ଧ ହେବା ସହ ମିଥେନ ନିର୍ଗମନ କରିଥାଏ। ନ୍ୟାଶନାଲ ଏନ୍‌ଭାଇରନମେଣ୍ଟାଲ ଇଂଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ତେହେରୀ ଜଳଭଣ୍ଡାରରୁ ପ୍ରଚୁର ପରିମାଣରେ ମିଥେନ ନିର୍ଗତ ହୁଏ। ଭାରତ କୋପ୍‌-୨୬ ମିଥେନ ରାଜିନାମାରେ ହସ୍ତାକ୍ଷର କରିନାହିଁ। ଭାରତର ଯୁକ୍ତି ହେଲା ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆମକୁ କୃଷି, ପଶୁପାଳନ ଓ ଜଳବିଦ୍ୟୁତ ଉପତ୍ାଦନ ଉପରେ ଗଭୀର ଭାବେ ନିର୍ଭର କରିବାକୁ ପଡ଼ିବ।
ପରନ୍ତୁ ମିଥେନ ବାଷ୍ପର ନିର୍ଗମନରେ ହ୍ରାସ ଘଟାଇବା ସହ ଅର୍ଥନୈତିକ ଅଭିବୃଦ୍ଧି ଯେ ସମାନ୍ତରାଳ ଭାବେ ସମ୍ଭବ ଏହା ଭାରତ ସାବ୍ୟସ୍ତ କରି ଦେଖାଇ ଦେଇପାରିବ। ୟୁନାଇଟେଡ୍‌ ନେସନ୍ସ ଏନ୍‌ଭାଇରନମେଣ୍ଟ ପ୍ରୋଗ୍ରାମ କୁହେ , ମିଥେନ ବାଷ୍ପ ନିର୍ଗମନର ଅର୍ଦ୍ଧେକ ଉପାୟ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉପକାରୀ ହେବ । ଉଦାହରଣ ସ୍ବରୂପ ଧାନ କ୍ଷେତକୁ ଅବିଚ୍ଛିନ୍ନ ଭାବରେ ଜଳପ୍ଳାବିତ ନ କରି ମଝିରେ ମଝିରେ ଜଳପ୍ଳାବିତ କରାଯାଇପାରେ। ସ୍ବଳ୍ପ ଶୁଖିଲା ସମୟ କିଣ୍ବନକୁ ହ୍ରାସ କରିବ ଏବଂ ନୂଆ ଜଳ ଅମ୍ଳଜାନ ଆଣିବ। ଫସଲ ଉପତ୍ାଦନର ପରିମାଣ ପ୍ରଭାବିତ ହେବ ନାହିଁ ଏବଂ ଜଳର ସଞ୍ଚୟ ସହ ମିଥେନ ବାଷ୍ପର ନିର୍ଗମନରେ ମଧ୍ୟ ହ୍ରାସ ଘଟିବ । ଦ୍ୱିତୀୟ ଉଦାହରଣଟି ହେଉଛି ପଶୁପାଳନ କ୍ଷେତ୍ରରୁ। ଗବେଷଣାରୁ ଜଣାପଡ଼ିଛି ଯେ, ବଳଦମାନେ ତୁଳନାମତ୍କ ଭାବେ ଗାଈଙ୍କ ଅପେକ୍ଷା ଅଧିକ ମିଥେନ ବାଷ୍ପ ନିର୍ଗମନ କରିଥାନ୍ତି। ଆମେ ଏହା ସତ ବୋଲି ଧରିନେବା ଯେ ବିଭିନ୍ନ ପ୍ରଜାତିର ଗାଈ ବିଭିନ୍ନ ସ୍ତରର ମିଥେନ ବାଷ୍ପ ମଧ୍ୟ ନିର୍ଗମନ କରିବେ। ଯେଉଁ ପ୍ରଜାତିର ଗାଈ ଅପେକ୍ଷାକୃତ କମ୍‌ ପରିମାଣର ମିଥେନ ବାଷ୍ପ ନିର୍ଗମନ କରିଥାନ୍ତି ଆମେ ସେହି ପ୍ରଜାତିର ଗୋପାଳନକୁ ପ୍ରୋତ୍ସାହନ ଦେବା, ଯଦ୍ଦ୍ବାରା ମିଥେନ ବାଷ୍ପର ନିର୍ଗମନ ପରିମାଣ ନିଶ୍ଚିତ ଭାବେ ହ୍ରାସ ଘଟିବ।
ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ସାରା ଦେଶରେ ଏକାଧିକ ଗୋବର ଗ୍ୟାସ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉଥିଲା। ଗୋବରର ପାଚନ ପ୍ରକ୍ରିୟା ସମୟରେ ନିର୍ଗମନ ହେଉଥିବା ମିଥେନ ବାଷ୍ପକୁ ସଂଗୃହୀତ କରି ଷ୍ଟୋଭରେ ଜାଳେଣି ଭାବେ ବ୍ୟବହୃତ ହେଉଥିଲା। ଏହି ଦହନ ଦ୍ୱାରା ମିଥେନଠାରୁ ଅପେକ୍ଷାକୃତ କମ୍‌ ମାରାମତ୍କ ଅଙ୍ଗାରକାମ୍ଳ ବାଷ୍ପକୁ ଏହା ରୂପାନ୍ତରିତ ହେଉଥିଲା। ଏଲ.ପି.ଜି. ଶସ୍ତାରେ ଉପଲବ୍ଧ ହେବା ଦିନଠାରୁ ଗୋବର ଗ୍ୟାସ୍‌ ପ୍ଲାଣ୍ଟ୍‌ର ବିନାଶ ହୋଇଗଲା। ସଂପ୍ରତି ଗୋବରର ପାଚନ ପ୍ରକ୍ରିୟା ସମୟରେ ଉପତ୍ନ୍ନ ହେଉଥିବା ମିଥେନ ବାଷ୍ପ ବାୟୁମଣ୍ଡଳକୁ ଚାଲିଯାଉଛି। ଆମେ ମିଥେନ ବାଷ୍ପର ନିର୍ଗମନକୁ ହ୍ରାସ କରିବା ସହ ଅର୍ଥନୈତିକ ସମୃଦ୍ଧି ମଧ୍ୟ ହାସଲ କରିପାରିବା, ଯଦି ଗୋବର ଗ୍ୟାସ ପ୍ଲାଣ୍ଟକୁ ପୁଣି ପ୍ରୋତ୍ସାହିତ କରାଯାଇପାରିବ। ଆମକୁ ମଧ୍ୟ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। କାରଣ ଫିଡଷ୍ଟକ ବା କଞ୍ଚାମାଲରୁ ମାଂସର ପ୍ରସ୍ତୁତି ପ୍ରକ୍ରିୟାରେ ଅଧିକ ମିଥେନ ବାଷ୍ପର ନିର୍ଗମନ ହୋଇଥାଏ।
ସରକାର ଆନ୍ଧ୍ରର ପୋଲାଭରମ୍‌ ଓ ଉତ୍ତରାଖଣ୍ଡର ଲାଖୱାର ଭ୍ୟାସିଠାରେ ବିଶାଳ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା କରୁଛନ୍ତି। ଏହି ପ୍ରକଳ୍ପରୁ ଉପତ୍ାଦିତ ବିଦ୍ୟୁତ୍‌ ଶକ୍ତି ୟୁନିଟ ପିଛା ୮ଟଙ୍କା ଅବା ତଦୂର୍ଦ୍ଧ୍ୱ ମୂଲ୍ୟରେ ଉପତ୍ାଦିତ ହେବ। ଏହି ସବୁ ପ୍ରକଳ୍ପରୁ ମିଥେନ ବାଷ୍ପର ନିର୍ଗମନକୁ ପରିହାର କରାଯାଇପାରିବ ଏବଂ ୟୁନିଟ ପିଛା ୪ଟଙ୍କା ମୂଲ୍ୟରେ ବିଦ୍ୟୁତ୍‌ ଶକ୍ତି ଉପଲବ୍ଧ ହୋଇପାରିବ; ଯଦି ସେହି ଅର୍ଥକୁ ସୌର ଓ ପବନ ଶକ୍ତି ଉପତ୍ାଦନରେ ବିନିଯୋଗ କରାଯାଏ, ସରକାର ଏହି ବିକଳ୍ପକୁ ପ୍ରୋତ୍ସାହିତ କଲେ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ସହ ମିଥେନ ନିର୍ଗମନ କମ୍‌ କରାଯାଇପାରିବ।
ଏ ସମସ୍ତ ନୀତିର ସଫଳ ରୂପାୟନ ପାଇଁ ସାଂପ୍ରତିକ ‘ଟ୍ୟାକ୍ସ ପଲିସି ଫ୍ରେମୱାର୍କ’ରେ ପରିବର୍ତ୍ତନ କରିବାକୁ ପଡ଼ିବ। କୃଷକମାନଙ୍କୁ ଯୋଗାଇ ଦିଆଯାଇଥିବା ଜଳର ମୂଲ୍ୟରେ ନିଶ୍ଚିତ ଅଭିବୃଦ୍ଧି ଆଣିବାକୁ ପଡ଼ିବ ଏବଂ ଜଳର ପରିମାଣ ଅନୁଯାୟୀ ସେମାନଙ୍କୁ ଏହା କିଣିବାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ସଂପ୍ରତି ଅଧିକାଂଶ ଜଳସେଚନ କାର୍ଯ୍ୟକ୍ରମ କେତେ ଏରିଆ ଜଳସେଚିତ ହେଲା ତଦନୁଯାୟୀ ଟିକସ ନେଇଥାଆନ୍ତି ହେଲେ କେତେ ପରିମାଣର ଜଳ ବ୍ୟୟ ହେଲା ତା’ ଉପରେ ନୁହେଁ। ସବୁ ପ୍ରକାର ମାଂସ ଉପରେ ଟିକସ ଲାଗୁ ହେବା ଦରକାର; ଯଦ୍ଦ୍ବାରା ନିରାମିଷାଶୀ ଖାଦ୍ୟକୁ ଆବଶ୍ୟକୀୟ ପ୍ରୋତ୍ସାହନ ମିଳିପାରିବ। ବିଶାଳ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ କମାଇବା ଦରକାର କିମ୍ବା ଏଥିରେ ଅତିମାତ୍ରାରେ ଟିକସ ଲଗାଯିବା ଦରକାର; ଯଦ୍ଦ୍ବାରା ସୌରଶକ୍ତି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇପାରିବ।
ଏ ସମସ୍ତ ଟିକସ ବ୍ୟବସ୍ଥା ଚାଉଳ, ଏଲ.ପି.ଜି., ମାଂସ ଓ ଜଳ ବିଦ୍ୟୁତ୍‌ ମୂଲ୍ୟର ଅଭିବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଏ ସମସ୍ତ ଟିକସରୁ ମିଳୁଥିବା ରାଜସ୍ବ ‘ଡାଇରେକ୍ଟ କ୍ୟାଶ୍‌ ଟ୍ରାନ୍ସଫର’ ବ୍ୟବସ୍ଥା ମାଧ୍ୟମରେ ସର୍ବସାଧାରଣ ଜନତାଙ୍କୁ ବିତରଣ କରାଯାଇପାରିବ। ଏହି ବ୍ୟବସ୍ଥା ପ୍ରଚଳନ ହେଲେ ଉପଭୋକ୍ତାମାନେ କୌଣସି ରୂପେ ଆଦୌ ପ୍ରଭାବିତ ହେବେ ନାହିଁ। ମିଥେନ ଟିକସ ବାବଦରେ ଉପଭୋକ୍ତାମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅତିରିକ୍ତ ଅର୍ଥ ‘କ୍ୟାଶ୍‌ ଟ୍ରାନ୍ସଫର’ ମାଧ୍ୟମରେ ସେମାନେ ଫେରି ପାଇବେ। ପାର୍ଥକ୍ୟ ଏହା ହେବ ଯେ ଯେଉଁ ଉପଭୋକ୍ତାମାନେ କେବଳ ଚାଉଳ ଓ ମାଂସ ଉପଯୋଗ କରିଥାନ୍ତି ସେମାନେ କ୍ଷତିଗ୍ରସ୍ତ ହେବେ। ଧରାଯାଉ ଧାନ କ୍ଷେତରେ ଜଳସେଚନ ପାଇଁ ବ୍ୟବହୃତ ହେଉଥିବା ଜଳ ଲାଗି ସରକାର ମିଥେନ ଟିକସ ବାବଦରେ ୧୦୦୦କୋଟି ଟଙ୍କା ସଂଗ୍ରହ କଲେ। ଏହି ଟଙ୍କା ଚାଉଳ ଉପରେ ନିର୍ଭର କରୁଥିବା ଦେଶର ୪୦କୋଟି ନାଗରିକଙ୍କ ଦ୍ୱାରା ମୁଣ୍ଡ ପିଛା ୨୫ଟଙ୍କା ହିସାବରେ ପ୍ରଦାନ କରାଯିବ। ତା’ପରେ ସରକାର ଏହି ୧୦୦୦କୋଟି ଟଙ୍କାକୁ ଆମ ଦେଶର ୧୩୫କୋଟି ଲୋକଙ୍କୁ ମୁଣ୍ଡ ପିଛା ୭ଟଙ୍କା ୪୦ପଇସା ହିସାବରେ ‘କ୍ୟାଶ୍‌ ଟ୍ରାନ୍ସଫର’ କରିବେ। ଫଳାଫଳ ହେବ ଯେ ଯେଉଁମାନେ ଚାଉଳ ଉପଭୋଗ କରିଥାନ୍ତି ସେମାନେ ମୁଣ୍ଡ ପିଛା ୨୫ ଟଙ୍କା ଦେଇ ୭ ଟଙ୍କା ୪୦ପଇସା ପାଇବେ। ଅପରପକ୍ଷରେ ଯେଉଁମାନେ ଚାଉଳ ଉପଭୋଗ କରି ନ ଥାନ୍ତି ସେମାନଙ୍କୁ କୌଣସି ପଇସା ଦେବାକୁ ପଡ଼ିବ ନାହିଁ ଏବଂ ଅପ୍ରତ୍ୟାଶିତ ଲାଭ ଭାବେ ମୁଣ୍ଡ ପିଛା ୭ଟଙ୍କା ୪୦ପଇସା ପାଇବେ। ଏହା ମିଥେନ ନିର୍ଗମନ କରୁଥିବା ଧାନ ବା ଚାଉଳ କ୍ଷେତ୍ରରୁ ଅନ୍ୟାନ୍ୟ ଫସଲ ଆଡ଼କୁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବ।
ଠିକ୍‌ ସେହିପରି ଧରାଯାଉ ଯେ ସରକାର ଏଲ.ପି.ଜି.ରୁ ମିଥେନ ଟିକସ ବାବଦରେ ୧୦୦୦ କୋଟି ଟଙ୍କା ସଂଗ୍ରହ କଲେ। ଏହି ଟିକସକୁ ଏଲ.ପି.ଜି. ବ୍ୟବହାର କରୁଥିବା ଦେଶର ୪୦ କୋଟି ନାଗରିକ ପ୍ରଦାନ କରିବେ। ସେମାନଙ୍କୁ ମୁଣ୍ଡ ପିଛା ୨୫ଟଙ୍କା ଦେବାକୁ ପଡ଼ିବ। ତା’ପରେ ସରକାର ଦେଶର ୧୩୫ କୋଟି ନାଗରିକଙ୍କୁ ମୁଣ୍ଡ ପିଛା ୭ଟଙ୍କା ୪୦ ପଇସା ‘କ୍ୟାଶ୍‌ ଟ୍ରାନ୍ସଫର’ କରିବେ। ଫଳାଫଳ ଏହା ହେବ ଯେ ଯେଉଁମାନେ ଏଲ.ପି.ଜି. ବ୍ୟବହାର କରନ୍ତି ସେମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ, ଅପରପକ୍ଷରେ ଯେଉଁମାନେ ଗୋବର ଗ୍ୟାସ ବ୍ୟବହାର କରିବେ ସେମାନେ ମୁଣ୍ଡ ପିଛା ୭ଟଙ୍କା ୪୦ ପଇସା ପାଇବେ। ଗୋବର ଗ୍ୟାସ୍‌ ବ୍ୟବହାର କରୁଥିବା କାରଣରୁ ସେମାନେ କ୍ଷତିରେ ପଡ଼ିବେ ନାହିଁ କାରଣ ମିଥେନ ଟିକସ କାରଣରୁ ଏଲ.ପି.ଜି. ଗ୍ୟାସ୍‌ର ଦାମ୍‌ରେ ନିଶ୍ଚିତ ବୃଦ୍ଧି ଘଟିଥାନ୍ତା।
ଲୋକଙ୍କ କଲ୍ୟାଣରେ ବାଧା ସୃଷ୍ଟି ନ କରି ଏବଂ ଅର୍ଥନୈତିକ ସମୃଦ୍ଧିକୁ ପ୍ରୋତ୍ସାହିତ କରି ଆମେ ଏଭଳି ନିମ୍ନ ମିଥେନ ଅର୍ଥ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହୋଇପାରିବା। କିନ୍ତୁି ମିଥେନ ଟିକସ ‘କ୍ୟାଶ୍‌ ଟ୍ରାନ୍ସଫର’ କ୍ଷେତ୍ରରେ ସୁବିନିଯୋଗ ଦରକାର, ତା’ନୁହେଁ କି ସରକାରୀ କର୍ମଚାରୀମାନଙ୍କ ଅଭିବର୍ଦ୍ଧିତ ଦରମା କିମ୍ବା ଅନ୍ୟାନ୍ୟ ସରକାରୀ ବ୍ୟୟ କ୍ଷେତ୍ରରେ ଏହା ବିନିଯୋଗ ହେବ।
ବି-୩, ଏଚ.ଆଇ.ଜି. କଲୋନୀ
ବରମୁଣ୍ଡା, ଭୁବନେଶ୍ୱର,
ମୋ-୯୩୩୮୨୦୪୯୯୩