ମେଥି ହେୟାର ମାସ୍କ

କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ମୁଲାୟମ କେଶ ପାଇ ହେବ।

ମେଥି ହେୟାର ମାସ୍କ ଲଗାଇବା ଫଳରେ କେଶ ଝଡ଼ିବା, କେଶ ଧଳା ହୋଇଯିବା ଏବଂ ରୁପି ଆଦି ସମସ୍ୟା ଦୂର ହୋଇଥାଏ।
କେଶକୁ ଅଧିକ ମଜଭୁତ କରିବା ପାଇଁ ମେଥିକୁ ରାତିରେ ଭିଜାଇ ସକାଳୁ ସେହି ପାଣିରେ କେଶ ଧୁଅନ୍ତୁ। ସପ୍ତାହକୁ ଅତି କମ୍‌ରେ ୨ ଥର କରନ୍ତୁ।
ସେହିପରି କେଶ ଅଧିକ ଶୁଷ୍କ ଥିଲେ ମେଥିକୁ ଭିଜାଇ ବାଟି ସେଥିରେ ନଡିଆ କିମ୍ବା ବାଦାମ ତେଲ ମିଶାଇ କେଶରେ ଲଗାନ୍ତୁ।
ମେଥିରେ ଭିଟାମିନ୍‌ ଏ, କେ, ସି, ଆଇରନ୍‌, କ୍ୟାଲସିଅମ୍‌ ଓ ଫଲିକ୍‌ ଏସିଡ୍‌ ଭଳି ତତ୍ତ୍ୱ ଥିବାରୁ ତାହା କେଶ ବୃଦ୍ଧି ସହ କେଶର ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
ଦୁଇ ଚାମଚ ମେଥିକୁ ରାତିରୁ ଭିଜାଇ ରଖନ୍ତୁ। ସକାଳେ ମେଥିକୁ ବାଟି ସେଥିରେ ଲେମ୍ବୁ ରସ ଓ ନଡିଆ କ୍ଷୀର ମିଶାନ୍ତୁ। ଏହି ପେଷ୍ଟକୁ କେଶ ମୂଳରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ତା’ ପରେ ସାମ୍ପୁ କରି ଦିଅନ୍ତୁ।
ମେଥିକୁ ଗୁଣ୍ଡ କରି ନଡିଆ ତେଲରେ ମିଶାଇ କେଶ ମୂଳରେ ଲଗାନ୍ତୁ। ଶୁଖିଗଲା ପରେ ସାମ୍ପୁ କରି ଦିଅନ୍ତୁ।