Categories: ଜାତୀୟ

ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ୍‌ ଧରିବେ ପଦ୍ମ

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ମେଟ୍ରୋ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଇ.ଶ୍ରୀଧରନ୍‌ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ମେଟ୍ରୋ ମ୍ୟାନ୍‌ ଭାବେ ପରିଚିତି ହାସଲ କରିଥିବା ଶ୍ରୀଧରନ୍‌ ଫେବୃୟାରୀ ୨୧ରେ ଭାଜପାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେରଳରୁ ରବିବାର ଆରମ୍ଭ ହେବାକୁ ଥିବା ଭାଜପାର ବିଜୟ ଯାତ୍ରା ଅଭିଯାନରେ ଶ୍ରୀଧରନ୍‌ ଦଳର ସଦସ୍ୟତା ଗ୍ରହଣ କରିବେ। କେରଳରେ ହେବାକୁଥିବା ବିଧାନସଭା ନିର୍ବାଚନରେ ୮୮ ବର୍ଷ ବୟସ୍କ ଶ୍ରୀଧରନ୍‌ ଲଢ଼ିବାର ସମ୍ଭାବନା ରହିଛି। ୨୦୧୧ରେ ଦିଲ୍ଲୀ ମେଟ୍ରୋ ମୁଖ୍ୟ ଭାବେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଥିଲେ। ୨୦୦୧ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୦୮ରେ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Share