Categories: ଜାତୀୟ

ନଦୀ ଭିତରେ ଗଡ଼ିଲା ମେଟ୍ରୋ

କୋଲକାତା, ୧୩।୪: କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଦେଶରେ ପ୍ରଥମଥର ଲାଗି ନଦୀ ତଳେ ନିର୍ମାଣ ଟନେଲ୍‌ରେ ମେଟ୍ରୋ ଟ୍ରେନ୍‌ ଗଡ଼ିଛି। ଏଥିରେ ବସି ବିଭାଗୀୟ ଅଫିସର ଏବଂ ଇଞ୍ଜିନିୟର ଜଗଳିରୁ କୋଲକାତା ହାଓଡା ଯାଇଥିଲେ। ମେଟ୍ରୋ ରେଳବାଇ ଜେନେରାଲ ମ୍ୟାନେଜର ପି. ଉଦୟ କୁମାର ରେଡ୍ଡି ମେଟ୍ରୋରେ କୋଲକାତାର ମହାକରନ ଷ୍ଟେଶନରୁ ବସି ହାଓରା ମେଦାନ ଷ୍ଟେଶନ୍‌ରେ ଯାଇ ଓହ୍ଲାଇଥିଲେ। ସେହିପରି ଆଉ କେତେଜଣ କର୍ମଚାରୀ ଆଉ ଏକ ପଥ ଦେଇ ମେଦାନ ଷ୍ଟେଶନ୍‌ରେ ପହଞ୍ଚତ୍ଥିଲେ। ଏହି ମେଟ୍ରୋ ଟ୍ରାଏଲ୍‌ ହାଓରା ମେଦାନ ଏବଂ ଏସ୍‌ପ୍ଲାନେଡ୍‌ ଷ୍ଟେଶନ୍‌ ମଧ୍ୟରେ ୭ ମାସ ଧରି ଚାଲିବ। ଜଳପତ୍ତନଠାରୁ ୩୨ ମିଟର ତଳେ ମେଟ୍ରୋ ଟ୍ରେନ୍‌ ଚଳାଚଳ ପାଇଁ ଏହି ଟନେଲ୍‌ ତିଆରି କରାଯାଇଛି।

Share