Categories: ଜାତୀୟ

୨୦୨୫ ସୁଦ୍ଧା ୨୫ ସହରରେ ମେଟ୍ରୋ ଟ୍ରେନ୍‌: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮ା୧୨- ଆଗାମୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ ସେବା ୨୫ଟି ସହର ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମ ଯୋଗୁ ଦେଶରେ ପ୍ରଥମ ମେଟ୍ରୋ ସେବା ସମ୍ଭବ ହୋଇପାରି ଥିଲା। ୨୦୧୪ରେ ଆମେ ସରକାର ଗଠନ କରିବା ବେଳେ ଦେଶରେ କେବଳ ୫ଟି ସହରରେ ଉପଲବ୍ଧ ଥିଲା ଅତ୍ୟାଧୁନିକ ଟ୍ରେନ ସେବା। ଆଜି ସୁଦ୍ଧା ମୋଟ ୧୮ ସହରରେ ଚଳାଚଳ କରୁଛି ମେଟ୍ରୋ ଟ୍ରେନ। ୨୦୨୫ ସୁଦ୍ଧା ଆମେ ଏହି ସେବାକୁ ଦେଶର ୨୫ଟି ସହରରେ ପହଞ୍ଚାଇବୁ ବୋଲି ମୋଦି କହିଛନ୍ତି।

ମେଟ୍ରୋ ସର୍ଭିସ ସମ୍ପ୍ରସାରଣ ଲାଗି ମେକ୍‌ ଇନ୍‌ ଇଣ୍ଡିଆ ନିହାତି ଦରକାର। ଏହା ଦ୍ୱାରା ଦେଶର ଖର୍ଚ୍ଚ କମ୍‌ ହୁଏ । ଆଉ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳେ ବୋଲି ଦିଲ୍ଲୀଠାରେ ଦେଶରେ ପ୍ରଥମ ଚାଳକ ବିହୀନ ଟ୍ରେନ ଉଦ୍‌ଘାଟନ ବେଳେ ମୋଦି କହିଛନ୍ତି।

Share