Posted inଜାତୀୟ

ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା

ନୂଆଦିଲ୍ଲୀ, ୨୦।୧୧: ଭାରତ ସରକାର ଓ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ସୋମବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ରେ ଡେଟା ଶେୟାରିଂକୁ ନେଇ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ପ୍ରମୁଖ ଜାତୀୟ ପ୍ରତିଯୋଗିତା ନିୟାମକ ସଂସ୍ଥା ‘କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)’ ମେଟା ଉପରେ କଟାକଣା ଲଗାଇଥିଲା। ହ୍ବାଟ୍ସଆପ୍‌ରେ କୌଣସି ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ୫ ବର୍ଷ ଯାଏ ମେଟା ନିଜର ବିଭିନ୍ନ ପ୍ଲାଟ୍‌ଫର୍ମରେ ବିଜ୍ଞାପନ ପାଇଁ ବ୍ୟବହାର କରିପାରିବ ନାହିଁ ବୋଲି ସିସିଆଇ ନିର୍ଦ୍ଦେଶ ଦେବା ସହ କମ୍ପାନୀ ଉପରେ ୨୫.୪ ମିଲିୟନ ଡଲାର (୨୧୩ କୋଟି ଟଙ୍କା) ଜରିମାନା ଲଗାଇଥିଲେ। ବ୍ୟବସାୟିକ ଲାଭ ପାଇଁ ୨୦୨୧ରେ ହ୍ବାଟ୍ସଆପ୍‌ ପ୍ରାଇଭେସି ପଲିସିକୁ ଅପ୍‌ଡେଟ କରାଯାଇଥିବା ଦର୍ଶାଇ ସିସିଆଇ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।
ସିସିଆଇର ଏହି ନିର୍ଦ୍ଦେଶରେ କମ୍ପାନୀ ସହମତ ନୁହେଁ ବୋଲି ମଙ୍ଗଳବାର ମେଟାର ଜଣେ ମୁଖପାତ୍ର କହିଛନ୍ତି। ସିସିଆଇ ପକ୍ଷରୁ ଲଗାଯାଇଥିବା ଜରିମାନାକୁ ଭୁଲ୍‌ ଦର୍ଶାଇ ମେଟା ଏହା ବିରୋଧରେ ଅପିଲ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି। ହ୍ବାଟ୍ସଆପରେ ଆସିଥିବା ଅପ୍‌ଡେଟ ଯୋଗୁ ଯେପରି କୌଣସି ଆକାଉଣ୍ଟ ଡିଲିଟ ନ ହୁଏ ଏବଂ ସେବା ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ମେଟା ପକ୍ଷରୁ ଦୃଷ୍ଟି ଦିଆଯାଇଥିଲା। ହ୍ବାଟ୍ସଆପ୍‌ରେ ବୈକଳ୍ପିକ ବ୍ୟବସାୟିକ ସୁବିଧା ଆରମ୍ଭ ଲକ୍ଷ୍ୟରେ ଉକ୍ତ ଅପ୍‌ଡେଟ ରହିଥିଲା ବୋଲି ମେଟା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା...

କେମିତି ଅଛନ୍ତି ପ୍ରତାପ ଷଡଙ୍ଗୀ, ମୁକେଶ ରାଜପୁତ? ଅପଡେଟ ଦେଲା ହସ୍ପିଟାଲ

ନୂଆଦିଲ୍ଲୀ,୨୨।୧୨: ସଂସଦ ବାହାରେ ଝଗଡା ପରେ ଉଭୟ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri