ମେଟଲ୍‌ ମିଟ୍‌ ୨୦୨୩: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ଜୁନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ‘ମେଟଲ୍‌ ମିଟ୍‌-୨୦୨୩’ର ଜୁନିୟର ପ୍ରିଲିମ୍ସ ରାଉଣ୍ଡ୍‌ ଶେଷ ହୋଇଛି। ଗ୍ରାଣ୍ଡ୍‌ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି ‘ଟପ୍‌-୮’ ଟିମ୍‌। ଜୁନିୟର ବର୍ଗରେ ମୋଟ୍‌  ୪୧ ଟିମ୍‌ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୮ଟି ଟିମ୍‌ ଗ୍ରାଣ୍ଡ୍‌ ଫିନାଲେକୁ ଯାଇଛନ୍ତି। ଏହି ଜୁନିୟର ଟିମ୍‌ଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ୫ ଟିମ୍‌ ରହିଥିବା ବେଳେ କଟକ, ରାଉରକେଲା ଏବଂ ପୁରୀର ଗୋଟିଏ ଲେଖାଏ ଟିମ୍‌ ରହିଛନ୍ତି। ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଓଡିଏମ୍‌ ପବ୍ଲିକ ସ୍କୁଲ, ଡିଏଭି ପୋଖରୀପୁଟ ସ୍କୁଲ, କଳିଙ୍ଗନଗର ସ୍କୁଲ, ଲୟଲା ସ୍କୁଲ। ସେହିପରି କଟକ ସିଡିଏର ଡିଏଭି ସ୍କୁଲ, ରାଉରକେଲାର ଡିପିଏସ୍‌, ପୁରୀର ସାଇ ସ୍କୁଲ ଗ୍ରାଣ୍ଡ୍‌ ଫିନାଲେକୁ ଟିକେଟ୍‌ ପାଇଛନ୍ତି।

ପ୍ରକାଶଯୋଗ୍ୟ, ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୨୩’ ଲାଗି ଶନିବାର ସକାଳ ସାଢ଼େ ୮ଟାରୁ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁନିୟର ବର୍ଗଙ୍କ ପରେ ସିନିୟର ବର୍ଗଙ୍କ ମଧ୍ୟରେ ପ୍ରିଲିମ୍‌ ରାଉଣ୍ଡ ଅନୁଷ୍ଠିତ ହେବ।

Share