ମେଟଲ୍‌ ମିଟ୍‌-୨୦୨୩: ଜୁନିୟର ଗ୍ରୁପ୍‌ର ସିଡିଏ ଡିଏଭି ପ୍ରଥମ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁଇଜ୍‌ ଇଭେଣ୍ଟ୍‌ ‘ମେଟଲ ମିଟ୍‌-୨୦୨୩’ର ଗ୍ରାଣ୍ଡ୍‌ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାଣ୍ଡ୍‌ ଫିନାଲେରେ ଜୁନିୟର ଗ୍ରୁପ୍‌  କଟକର ସିଡିଏ ଡିଏଭି ସ୍କୁଲ ପ୍ରଥମ ବିଜୟୀ ହୋଇଥିବା ବେଳେ ଲୟୋଲା ସ୍କୁଲ ଦ୍ୱିତୀୟ ଏବଂ ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲ ତୃତୀୟ ସ୍ଥାନ ହାସଲ କରିଛି। ଲୟୋଲା ପ୍ରଥମ ରନର୍ସଅପ୍‌ ହୋଇଥିବା ବେଳେ ବ୍ଲେସ୍‌ଡ ସାକ୍ରାମେଣ୍ଟ ହାଇସ୍କୁଲ ଦ୍ୱିତୀୟ ରନର୍ସଅପ୍‌ ହୋଇଛି।

କାର୍ଯ୍ୟକ୍ରମକୁ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ପରିଚାଳନା କରିଥିବା ବେଳେ  ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି , ଇଣ୍ଡିଆନ ଅଏଲ, ନାଲ୍‌କୋ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌, ଏମ୍‌ସିଏଲ୍‌, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌, ଆର୍ସେଲର୍‌ ମିତ୍ତଲ୍‌ ନିପନ୍‌ ଷ୍ଟିଲ ଇଣ୍ଡିଆ, ବେଦାନ୍ତ, ରୁଚି ଫ୍ରୋଜିଟ୍‌, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଆଦିତ୍ୟ ବିର୍ଲା, ବାଜିରାଓ ଆଇଏଏସ୍‌ ଏକାଡେମୀ, ଏସ୍‌ବିଆଇ ଏବଂ ଆପ୍ଟି ପ୍ଲସ୍‌ ରହିଥିବା ବେଳେ କାର୍ଯ୍ୟକ୍ରମର ପାର୍ଟନର୍ସ ଭାବେ ଓମ୍‌ଫେଡ୍‌, ଧରିତ୍ରୀ, ଟିମ୍‌ ଏବଂ ୱିଫି ଇଣ୍ଟରନେଟ୍‌ ରହିଥିଲେ।

Share