ମାସ୍କ ପିନ୍ଧିବାକୁ ରାଜି ନ ଥିବା ମେକ୍ସିକୋ ରାଷ୍ଟ୍ରପତି କରୋନା ପଜିଟିଭ

ମେକ୍ସିକୋ ସିଟି,୨୫ ।୧: ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେ ମେନୁୟଲ ଲୋପେଜ ଓବ୍ରାଡର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସକୁ ଦୂରେଇ ଦେବାକୁ ନେଇ ଓବ୍ରାଡରଙ୍କର ବହୁ ସମାଲୋଚନା କରାଯାଇଥିଲା । ଏମିତିକି ସେ କରୋନା ମହାମାରୀ ସମୟରେ ନିଜେ ମାସ୍କ ପିନ୍ଧିବାକୁ ରାଜି ହୋଇ ନ ଥିଲେ । ଆଉ ଏବେ ସେ କରୋନାରେ ସଂକ୍ରମିତ ହେବା ପରେ ଚିନ୍ତାରେ ପଡି ଯାଇଛନ୍ତି । ଏହି ସୂଚନା ନିଜେ ରାଷ୍ଟ୍ରପତି ଟୁଇଟ୍ କରି ଜଣାଇଛନ୍ତି । ଟୁଇଟରରେ ସେ ଲେଖିଛନ୍ତି ଯେ ମୋ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା । ଯାଞ୍ଚ ପରେ ମୁଁ କରୋନାରେ ପୀଡ଼ିତ ଥିବା ଜଣାପଡିଛି । ଏବେ ଡାକ୍ତରୀ ଟିମ୍ ମୋର ଚିକିତ୍ସା କରୁଥିବା ବେଳେ ସବୁଥର ପରି ଏଥର ବି ମୁଁ ଆଶାବାଦୀ ଅଛି । ହେଲେ କରୋନାରେ ପୀଡ଼ିତ ହୋଇଥିବାରୁ ଦୁଃଖିତ ।

Share