ମର୍ମନ୍ତୁଦ ଦୁର୍ଘଟଣା: ୧୮ ମୃତ, ୨୯ ଆହତ

ମେକ୍ସିକୋ ସିଟି,୭।୧୦: ମେକ୍ସିକୋରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭେନେଜୁଏଲା ଏବଂ ହୈତିର ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଦୁଇ ମହିଳା ଏବଂ ତିନି ଶିଶୁଙ୍କ ସମେତ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଓକ୍ସାକା ଏବଂ ପଡୋଶୀ ରାଜ୍ୟ ପ୍ୟୁବ୍ଲାକୁ ସଂଯୋଗ କରୁଥିବା ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ସ୍ଥାନୀୟ ଅଧିକାରୀଙ୍କ ବିବୃତ୍ତି ଅନୁଯାୟୀ, ବସ ଦୁର୍ଘଟଣାରେ ମୋଟ ୨୯ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେକ୍ସିକୋର ନ୍ୟାଶନାଲ ଇମିଗ୍ରେସନ ଏଜେନ୍ସି କହିଛି ଯେ, ବସ୍‌ରେ ୫୫ ଜଣ ବିଦେଶୀ ନାଗରିକ ଥିଲେ।

Share