ଚର୍ଚ୍ଚ ଛାତ ଭୁଶୁଡ଼ି ୧୦ ମୃତ, ୬୦ ଆହତ

କୁଇଡାଡ୍‌ ମାଡେରୋ,୨ା୧୦: ମେକ୍ସିକୋର ଏକ ମସ୍‌ଜିଦରେ ସମାବେଶ ଚାଲିଥିବା ବେଳେ ଛାତ ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ୬୦ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ମୃତଦେହ ରହିଥିବା ଆଶଙ୍କାରେ ସୋମବାର ଉଦ୍ଧାରକାରୀ ଟିମ୍‌ ଖୋଜାଖୋଜି କରିଥିଲେ।

ଛାତ ଭୁଶୁଡ଼ିବା ବେଳେ ଚର୍ଚ୍ଚାରେ ପ୍ରାୟ ୧୦୦ ଜଣ ଥିଲେ ବୋଲି ଟମାଉଲିପାସ୍‌ ଷ୍ଟେଟ୍‌ ପୋଲିସ କହିଛି। ଆହତ ୬୦ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।

Share