ମେକ୍ସିକୋ ସିଟି ହଲରେ ଗୁଳିକାଣ୍ଡ ମେୟରଙ୍କ ସମେତ ୧୮ ମୃତ

ମେକ୍ସିକୋ,୬ ।୧୦: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନି । ମିଳିଥିବା ଖବର ଅନୁଯାୟୀ, ମେକ୍ସିକୋ ସିଟି ହଲରେ ଆଖିବୁଜା ଗୁଳିଚାଳନରେ ଅତିକମରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ମଧ୍ୟରେ ମେୟର ରହିଥିବା କୁହାଯାଉଛି ।
ଗଣମାଧ୍ୟମର ସୂଚନା ଅନୁଯାୟୀ, ମେକ୍ସିକୋ ସିଟି ହଲରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜଣେ ସନ୍ଦିଗ୍ଧ ହଲ ମଧ୍ୟକୁ ପ୍ରବେଶ କରି କିଛି ସେକେଣ୍ଡ ଅପେକ୍ଷା କରିବା ପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଖବର ଅନୁଯାୟୀ, ଏହି ଘଟଣାରେ ମେୟରଙ୍କ ବ୍ୟତୀତ ତାଙ୍କ ପିତା, ପୂର୍ବତନ ମେୟର ସମେତ ମ୍ୟୁନିସିପାଲିଟି ପୋଲିସର ଅଧିକାରୀଙ୍କର ବି ମୃତ୍ୟୁ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Share