କରୋନା ପରେ ଏବେ କାୟା ବିସ୍ତାର କରୁଛି ମଙ୍କିପକ୍ସ, ମେକ୍ସିକୋରେ ୬୦ ସଂକ୍ରମିତ

ମେକ୍ସିକୋ ସିଟି,୨୭ ।୭: ସାରା ବିଶ୍ୱ ଏବେ କରୋନା ମହାମାରୀଠାରୁ ମୁକ୍ତ ହାଇ ନ ଥିବା ବେଳେ ଏବେ ଡରାଇଲାଣି ମଙ୍କି ପକ୍ସ । ଏହି ନୂଆ ଭାଇରସରେ ମେକ୍ସିକୋର ୬୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ମଙ୍କିପକ୍ସରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇ ନ ଥିବା ସ୍ପଷ୍ଟ କରାଯାଇଛି । ମେକ୍ସିକୋର ପ୍ରିଭେନଶନ ଆଣ୍ଡ ହେଲ୍‌ଥ ପ୍ରମୋଶନର ଅଣ୍ଡର ସେକ୍ରେଟାରୀ ହୋଗୋ ଲୋପେଜ-ଗେଟେଲ ଏହି ସୂଚନା ଦେଇଛନ୍ତି ।
ଲୋପେଜ କହିଛନ୍ତି ମଙ୍କିପକ୍ସରେ ଆକ୍ରାନ୍ତ କେବଳ ୫-୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ଏମାନେ ସମସ୍ତେ ୨୧ ଦିନ ମଧ୍ୟରେ ସୁସ୍ଥ ହୋଇଯାଇଛନ୍ତି । ତେବେ ମେକ୍ସିକୋର ୧୧ ସହରରେ ମଙ୍କିପକ୍ସର ସନ୍ଧାନ ମିଳିଛି । ଏହା ଭାଇରସ ହୋଇଥିବାରୁ ଏହାଦ୍ୱାରା ସ୍ମଲପକ୍ସ ହେବାର ସମ୍ଭାବନା ରହିଛି । ଏମିତି ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୭୫ ଦେଶରେ ୧୬ ହଜାରରୁ ଅଧିକ ମଙ୍କିପକ୍ସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଆଉ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଶନିବାର ମଙ୍କିପ୍ସକୁ ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଥିଲା ।

Share