ପୁଣି ଥରିଲା ମେକ୍ସିକୋ

ମେକ୍ସିକୋ,୨୨।୯: ୨-୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେକ୍ସିକୋରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରହିଥିଲା। ଏଥିରେ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଦୁଇ ଦିନ ପୂର୍ବେ ମେକ୍ସିକୋରେ ଭୟଙ୍କର ଭୂକମ୍ପ ସୃଷ୍ଟି ହୋଇଥିଲା। ଏହାର ତୀବ୍ରତା ୭.୬ ଥିଲା। ଏହି ଭୂକମ୍ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ଏଥିରେ ପ୍ରାୟ ଦୁଇଶହ କୋଠା ନଷ୍ଟ ହୋଇଥିବା ଜଣାପଡିଛି।

Share