Categories: ଫୁରସତ

୬ ଯୁବତୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ:  ଗୋଇଠା, ବିଧାକୁ ଚୁଟି ଟଣାଘୋଷରା, ଭିଡିଓ ଦେଖିଲେ…

କୁହାଯାଏ ନାରୀଟିଏ ନାରୀର ଶତ୍ରୁ। ଅନେକ ସମୟରେ ଝିଅମାନଙ୍କ ମଧ୍ୟରେ ଝଗଡା ଲାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ।
ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ କେତେକ  ଯୁବତୀଙ୍କ  ମଧ୍ୟରେ ମାରପିଟ୍‌ ହେଉଥିବର ନଜର ଆସିଛି। ତେବେ ଏହି  ଲଢ଼େଇ କାର  ପାର୍କିଂ ସମୟର। ନିକଟରେ ଉପସ୍ଥିତ ଥିବା ଲୋକେ   ଯୁବତୀମାନଙ୍କୁ ବୁଝାଇବାକୁ ଚାହୁଁଥିଲେ  ମାତ୍ର କେହି ଶାନ୍ତ ହେବାର ନାଁ ନେଉ ନ ଥିଲେ। ସେମାନେ ନିଜ ନଜ କ୍ରୋଧକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ଥିଲେ। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ (@ ଭିଡିଓ ଇରିଶ) ନାମକ ଜଣେ ୟୁଜର୍ସ ଶେୟାର କରିଛନ୍ତି।
ଏହି ଭିଡିଓରେ  ୬ଜଣ ଯୁବତୀ ଟଣାଟଣି ହେବା ସହ ଉପରେ ଚଢ଼ି ଚୁଟି ଘେଷାରାଟଣା ହେଉଥିବା ଦେଖିବାକୁ ମିଳୁଛି। ହାଇ ଭୋଲଟେଜ୍‌ ଡ୍ରାମା ପରେ ଜଣେ ପୁରୁଷ ସେଠାକୁ ଆସି ମହିଳାମାନଙ୍କୁ ଝଗଡ଼ାରୁ  ନିବୃତ୍ତ କରୁଛନ୍ତି। ଭିଡିଓଟି କେଉଁଠିକାର ଏବଂ ଏହି ଗଣ୍ଡଗୋଳ କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଲୋକମାନେ ଇଂଲିଶରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା।

Share