ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍‌

ନୂଆଗାଁ,୮।୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ସୁଧାର ଆସୁନାହିଁ । ଫଳରେ ଏହି ଯୋଜନାର ସବୁ ଆଇନକାନୁନକୁ ଉଲ୍ଲଂଘନ କରି ବିଭିନ୍ନ ଉପାୟରେ ଠିକାଦାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ମିଳିମିଶି ଅନୁଦାନ ଆତ୍ମସାତ୍‌ କରୁଛନ୍ତି । ଏପରି ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି ।
ନୂଆଗାଁ ବ୍ଲକରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଅନେକ କାମ ହେଉଛି । ଏହି ସବୁ କାମ ପାଇଁ କେନ୍ଦ୍ର ସରକାର ଏକାଧିକ ନିୟମ କାନୁନ ରଖିଥିଲେ ମଧ୍ୟ କୌଣସି ଗୋଟିଏ ମାନିବାକୁ ନାରାଜ ନାହାନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀ । କାର୍ଯ୍ୟସ୍ଥଳୀରେ ଗୋଟିଏ ପ୍ରକାର କାମ ହେଉଥିବା ବେଳେ ଅଫିସ କାଗଜପତ୍ରରେ ସବୁ ଓଲଟା ଦେଖିବାକୁ ମିଳୁଛି । ଉକ୍ତ ଯୋଜନାରେ ଶ୍ରମିକମାନଙ୍କ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଇଛି ା ହେଲେ ଶ୍ରମିକଙ୍କ ବଦଳରେ ମେଶିନରେ କାମ କରାଯାଇ ଅନୁଦାନ ହରିଲୁଟ କରାଯାଉଛି ା ଏଠାରେ କାପ୍ତାପଲି ପଞ୍ଚାୟତକୁ ଉଦାହରଣ ଭାବେ ନିଆଯାଇଛି ା ସେଠାରେ କାମ ନ ହୋଇ ୨ ବର୍ଷ ତଳର ପୁରୁଣା କାମକୁ ଦେଖାଇ ଏମ୍‌ଜିଏନ୍‌ଆରଇଜିଏସ୍‌ ଅନୁଦାନ ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହେଉଛି ।
କାପ୍ତାପଲି ପଞ୍ଚାୟତର ବଡତାମନାଡୁ ଆଦିବାସୀ ଗ୍ରାମଟି ପାହାଡ଼ ତଳେ ରହିଛି । ବର୍ଷାଦିନେ ଗ୍ରାମରେ ପାହାଡ଼ ପାଣି ପଶି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ଥାଏ । ତେଣୁ ଗ୍ରାମର ସୁରକ୍ଷା ଦୃଷ୍ଟିରୁ ପାଣି ଗାଁ ଭିତରକୁ ନ ପଶିବା ପାଇଁ ପାହାଡ଼ ତଳେ ଟ୍ରେଞ୍ଚ ଖୋଳିବା ପାଇଁ ଏହି ଯୋଜନାରେ ୪ା୧ା୨୦୨୧ରେ ୮ ଲକ୍ଷ ୩୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ଏହାପରେ ୧ା୮ା୨୦୨୧ରେ ଜେସିବିରେ କାମ ଆରମ୍ଭ କରାଯାଇଥିଲା । ସେହି କାମ ବାବଦକୁ ଠିକାଦାର ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କା ବିଲ କରି ନେଇଥିଲେ । କିନ୍ତୁ ଚଳିତ ବର୍ଷ କୌଣସି କାମ ନ କରି ସେହି ୨ବର୍ଷ ପୂର୍ବରୁ ପୁରୁଣା କାମକୁ ଦେଖାଇ ଅନୁଦାନ ଲୁଟିବାରେ ଲାଗିଛନ୍ତି କେତେଜଣ ବିଭାଗୀୟ କର୍ମଚାରୀ ଓ ଅଧିକାରୀ । ୨ ବର୍ଷର ପୁରୁଣା କାମ ପାଇଁ ଉକ୍ତ ସ୍ଥାନରେ ଜଙ୍ଗଲ ସୃଷ୍ଟି ହୋଇଥିବା ବେଳେ ଗତ ୧୨ା୧ା୨୩ ରୁ ୧୮ା୧ା୨୩ ରିଖ ପର୍ଯ୍ୟନ୍ତ ଶ୍ରମିକଙ୍କ ଜବ୍‌ କାର୍ଡ ମାଧ୍ୟମରେ ପ୍ରାୟ ୬୭ ହଜାର ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ କାର୍ଯ୍ୟର ବିଲ ପାଇଁ ୨୬ ପ୍ରତିଶତରୁ ୨୮ ପ୍ରତିଶତ ପିସି ଦିଆଯାଉଛି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ା ପିସି ଦେଲେ ସବୁ ସମ୍ଭବ ବୋଲି ଜଣେ ଠିକାଦାର ନିଜର ନାମ ଗୋପନ ରଖି କହିଛନ୍ତି ା କାର୍ଯ୍ୟ କରିବା ଏବଂ ବିଲ୍‌ ବାବଦରେ କାପ୍ତାପଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସସ୍ମିତ ଶୁଭଦର୍ଶନ ମହାପାତ୍ରଙ୍କୁ ପଚାରିବାରେ ମୁଁ ୫ ମାସ ହେଲା ଉକ୍ତ ପଞ୍ଚାୟତରେ ଯୋଗଦେଇ କାମ କରୁଛି ା କେଉଁ ବିଲ ହେଉଛି ତାହା ମୁଁ ଜାଣି ନାହିଁ ।
ସବୁ ଜିଆରଏସ୍‌ କରୁଛନ୍ତି ବୋଲି ସେ କହିଛନ୍ତି ା ମତାମତ ପାଇଁ ଜିଆରଏସ୍‌ ସୁଶ୍ରୀ ପଲ୍ଲବିଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ । ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ପୂର୍ବରୁ ଯଦି ବିଲ ହୋଇ ନ ଥିବ ତେବେ ଏବେ ବିଲ ହେଉଥିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

ଭଞ୍ଜନଗର ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image