ନୂଆଦିଲ୍ଲୀ,୫।୪: ହନୁମାନ ଜୟନ୍ତୀ ପ୍ରସ୍ତୁତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା, ପର୍ବର ଶାନ୍ତିପୂର୍ଣ୍ଣ ପାଳନ କରିବା ସହ ସମାଜରେ ସାମ୍ପ୍ରଦାୟିକ ସଦ୍ଭାବନାକୁ ଯେପରି କ୍ଷୁର୍ଣ୍ଣ ନ କରାଯାଏ ତାହା ଉପରେ ନଜର ରଖିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏପ୍ରିଲ ୬ରେ ହନୁମାନ ଜୟନ୍ତୀ ପାଳନ କରାଯିବ।
ରାମ ନବମୀ ଅବସରରେ ବିହାର ଏବଂ ପଶ୍ଚିମବଙ୍ଗର ଅନେକ ଜିଲାରେ ହିଂସାକାଣ୍ଡ ଣ୍ହୋଇଥିବାରୁ କେନ୍ଦ୍ର ସରକାର ଆଲର୍ଟ ମାଡରେ ଅଛନ୍ତି। ସେଥିପାଇଁ ହନୁମାନ ଜୟନ୍ତୀରେ ସମସ୍ତ ରାଜ୍ୟକୁ କଡା ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।