ନୂଆଦିଲ୍ଲୀ,୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସିଏପିଏଫଙ୍କ ପାଇଁ ହିନ୍ଦୀ ଓ ଇଂରାଜି ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ଆୟୋଜନ କରିବାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସିଏପିଏଫରେ ସ୍ଥାନୀୟ ଯୁବକଙ୍କ ଯୋଗଦାନକୁ ବଢାଇବା ଓ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ଲାଗି କରାଯାଇଛି।
ଏହି ନିଷ୍ପତ୍ତି ଅନୁଯାୟୀ, ପ୍ରଶ୍ନ ପତ୍ର ହିନ୍ଦୀ ଓ ଇଂରାଜି ବ୍ୟତୀତ ଅସମିୟା, ବେଙ୍ଗଲି, ଗୁଜରାଟି, ମରାଠି, ମଲୟାଲମ, କନ୍ନଡ, ତାମିଲ, ତେଲଗୁ, ଓଡ଼ିଆ, ଉର୍ଦ୍ଧୁ, ପଞ୍ଜାବି, ମଣିପୁରି ଓ କୋଙ୍କଣିରେ ପ୍ରସ୍ତୁତ କରାଯିବ। ଏହି ଅନୁଯାୟୀ ଲକ୍ଷ ଲକ୍ଷ ପ୍ରାର୍ଥୀ ସେମାନଙ୍କ ମାତୃଭାଷାରେ ପରୀକ୍ଷା ଦେଇପାରିବେ ଓ ସେମାନଙ୍କ ଚୟନର ସମ୍ଭାବନା ବି ବଢିବ।