Categories: ଜାତୀୟ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବଡ ନିଷ୍ପତ୍ତି: ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବିହାରରେ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସାରା ଦେଶରେ ଏହି ଯୋଜନାକୁ ବିରୋଧ କରାଯାଉଛି । ଶନିବାର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେଇଥିବା ବେଳେ ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରାପ୍ତ ସବିଶେଷ ସୂଚନା ଅନୁଯାୟୀ, ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ଅଗ୍ନିପଥ ଯୋଜନାରେ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ । ଆହୁରି ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ପାଇଁ ଦିଆଯାଇଥିବା ବୟସ ସୀମାରେ ୩ ବର୍ଷ କୋହଳ କରାଯିବ । ଏହାସହ ଅଗ୍ନିପଥ ଯୋଜନାର ପ୍ରଥମ ବର୍ଷ ପାଇଁ ଏହା ୫ ବର୍ଷ କୋହଳ କରାଯିବ ।

Share