Categories: ଜାତୀୟ

ଅକ୍ସଫାମ୍‌ ବିରୋଧରେ ସିବିଆଇ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୬ା୪: ଅକ୍ସଫାମ୍‌ ଦ୍ୱାରା ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିଦେଶ ଅନୁଦାନ (ନିୟମାବଳୀ) ସଂଶୋଧନ ଆଇନ (ଏଫ୍‌ସିଆର୍‌ଏ) କାର୍ଯ୍ୟକାରୀ ହେବା ପରେ ମଧ୍ୟ ଅକ୍ସଫାମ୍‌ ଇଣ୍ଡିଆ ବିଦେଶୀ ମୁଦ୍ରାକୁ ବିଭିନ୍ନ ସଂସ୍ଥାକୁ ସ୍ଥାନାନ୍ତର କରିଥିବା ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି।

ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଅକ୍ସଫାମ୍‌ ଇଣ୍ଡିଆ ପଞ୍ଜୀକୃତ ହୋଇଥିଲା। ହେଲେ ନିଜର ସହଯୋଗୀ ଏବଂ କର୍ମଚାରୀଙ୍କ ଜରିଆରେ ପାଣ୍ଠିକୁ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚକୁ ପଠାଉଥିଲା। ଅକ୍ସଫାମ୍‌ ଇଣ୍ଡିଆର ଟିଡିଏସ୍‌ ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଏହି ସଂସ୍ଥା ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚକୁ ୧୨,୭୧,୧୮୮ ଟଙ୍କା ପଠାଇଛି।

Share