Categories: ଖେଳ

ଓ୍ବାଙ୍ଖେଡେରେ ଏମଆଇ-କେକେଆର ଲଢ଼େଇ…

ମୁମ୍ବାଇ,୧୬।୪ : ଆଇପିଏଲ ୨୦୨୩ରେ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ତଥା ଆଇପିଏଲର ୨୨ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ମଧ୍ୟରେ ଅପରାହ୍ନ ସାଢ଼େ ୩ଟାରେ ଖେଳାଯିବ। ଦିଲ୍ଲୀର ଶେଷ ମ୍ୟାଚ ଜିତିବା ପରେ ମୁମ୍ବାଇ ଦଳ ଏଠାରେ ପହଞ୍ଚିଥିବାବେଳେ ଶେଷ ମ୍ୟାଚରେ କୋଲକାତାକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। କେକେଆର୍‌ ଚଳିତ ସିଜନରେ ଏପର୍ଯ୍ୟନ୍ତ ଚାରିଟି ମ୍ୟାଚ ଖେଳି ଦୁଇଟି ଜିତିଥିବା ବେଳେ ଦୁଇଟି ହାରିଛି। ଏଥି ସହିତ ମୁମ୍ବାଇ ତିନୋଟି ମ୍ୟାଚ ଖେଳି ଗୋଟିଏ ଜିତି ଦୁଇଟି ମ୍ୟାଚ ହାରିଛି।

ମୁମ୍ବାଇ ଇଣ୍ଡିଆନ୍ସ ର ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଓ୍ବିକେଟକିପର), ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, କାମେରନ ଗ୍ରୀନ, ନେହଲ ୱାଡେରା, କୁମାର କାର୍ତ୍ତିକେୟ, ରେଲି ମେରେଡିଥ / ଜୋଫ୍ରା ଆର୍ଚର, ଅର୍ଶଦ ଖାନ, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ ପ୍ରମୁଖ ଅଛନ୍ତି।

ସେହିପରି କୋଲକାତା ନାଇଟ ରାଇଡର୍ସର ପ୍ଲେଇଙ୍ଗ ୧୧ରେ ଜାସନ ରୟ, ଏନ ଜଗଦିଶନ (ଓ୍ବିକେଟକିପର), ନୀତୀଶ ରାଣା (ଅଧିନାୟକ), ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ସୁୟାଶ ଶର୍ମା, ଲକି ଫର୍ଗୁସନ / ଟିମ ସାଉଥୀ, ବରୁଣ ଚକ୍ରବର୍ତ୍ତୀ ଅଛନ୍ତି।

Share