୨୩ ରନ୍‌ରେ ଏମ୍‌ଆଇ ପରାଜିତ…

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ରନ୍‌ରେ ପରାଜିତ ହୋଇଛି। ଏମ୍‌ଆଇ ୮ ଓ୍ବିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୭୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଏମ୍‌ଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରିଥିଲା।

ଜୋସ୍‌ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂରେ ଆର୍‌ଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୯୩ ରନ୍‌ କରିଛି। ଏମ୍‌ଆଇ୍‌ ପାଇଁ ରନ୍‌ର ବିଜୟ ଲକ୍ଷ୍ୟ ୧୯୪ ରନ୍‌ ରହିଥିଲା। ସଞ୍ଜୁ ୨୧ ବଲ ଖେଳି ୩୦ ରନ୍‌ କରିଥିବାବେଳେ ବଟଲର ୬୮ ବଲ ଖେଳି ୧୦୦ ରନ୍‌ କରିଥିଲେ। ସେହିପରି ଶିମରୋନ ହେଟମେୟର ୧୪ ବଲ୍‌ ଖେଳି ୩୫ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ଏମ୍‌ଆଇ ପକ୍ଷରୁ ଇଶାନ କ୍ରିଷ୍ଣନ୍‌ ୪୩ ବଲ୍‌ରୁ ୫୪ ରନ୍‌, ତିଲକ ବର୍ମା ୩୩ ବଲ୍‌ରୁ ୬୧ ରନ୍‌ ସଂଗ୍ରହ କରିଥିଲେ।

Share