Categories: ଖେଳ

ଆଇପିଏଲର ୧୦୦୦ ତମ ମ୍ୟାଚରେ ଏମଆଇ-ଆରଆର ଭେଟ…

ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚରେ ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। କ୍ୟାପଟେନ ରୋହିତ ଶର୍ମାଙ୍କ ଦଳ ମୁମ୍ବାଇ କ୍ରମାଗତ ତୃତୀୟ ପରାଜୟକୁ ଏଡାଇବା ପାଇଁ ଏକ ଆହ୍ବାନର ସମ୍ମୁଖୀନ ହେବ। ଗତ ଦୁଇଟି ମ୍ୟାଚରେ ମୁମ୍ବାଇକୁ ଗୁଜରାଟ ଟାଇଟାନ୍ସ ଏବଂ ପଞ୍ଜାବ କିଙ୍ଗସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିବା ପରେ ରାଜସ୍ଥାନ ଦଳର ମନୋବଳ ବୃଦ୍ଧି ହୋଇଛି।

ଆଇପିଏଲ ୧୮ ଏପ୍ରିଲ ୨୦୦୮ ରେ ଆରମ୍ଭ ହୋଇଥିଲା। ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମିହିଁ ହୋଇଥିଲେ। ୨୦୦୮ରେ, ରାଜସ୍ଥାନ ରୟାଲ୍ସର ଦଳ ଚାମ୍ପିୟନ ହୋଇଥିଲା। ସେବେଠାରୁ ଦଳ ଆଉ ଟାଇଟଲ ଜିତି ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଦଳ ସର୍ବାଧିକ ପାଞ୍ଚ ଥର ଚାମ୍ପିୟନ ହୋଇଛି। ୧୦୦୦ ତମ ମ୍ୟାଚରେ ପ୍ରଥମ ଥର ଚାମ୍ପିୟନ ଏବଂ ସର୍ବାଧିକ ଥର ଜିତିଥିବା ଦଳ ମୁହାଁମୁହିଁ ହେବେ ।

ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା(ଅଧିନାୟକ) ଇଶାନ କିଶନ(ଓ୍ବିକେଟ କିପର), ସୂର୍ଯ୍ୟକୁମାର ଯାଦବ, କ୍ୟାମେରନ ଗ୍ରୀନ, ଟିମ ଡେଭିଡ, ତିଲକ ଭର୍ମା, ନିହାଲ ୱାଡେରା, ଅର୍ଜୁନ ତେନ୍ଦୁଲକର, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ, ଜୋଫ୍ରା ଆର୍ଚର ରହିଛନ୍ତି।

ରାଜସ୍ଥାନ ରୟାଲ୍ସ ପ୍ଲେଇଙ୍ଗ ୧୧ରେ ଯଶସ୍ବୀ ଜୈସୱାଲ, ଜୋସ ବଟଲର, ଦେବଦତ୍ତ ପାଦିକଲ, ସଞ୍ଜୁ ସାମସନ(ଅଧିନାୟକ/ଓ୍ବିକେଟ କିପର), ଶିମ୍ରନ ହେଟମିୟର, ଜେସନ ହୋଲ୍ଡର, ଧ୍ରୁଭ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ସନ୍ଦୀପ ଶର୍ମା, ଟ୍ରେଣ୍ଟ ବୋଲ୍ଟ ଅଛନ୍ତି।

 

Share