Categories: ବାଣିଜ୍ୟ

ଏମ୍‌ଆଇ ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୮: ସାଓମି ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ଏମ୍‌ଆଇ ଷ୍ଟୋର ନିକଟରେ ବାଲେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଚଳିତବର୍ଷର ପାର୍ବଣ କାରବାରକୁ ଆଖି ଆଗରେ ରଖି କମ୍ପାନୀ ବାଲେଶ୍ୱରରେ ଉକ୍ତ ଷ୍ଟୋରର ଆନୁଷ୍ଠାନିକ ଶୁଭାରମ୍ଭ କରିଥିବାବେଳେ ପାର୍ବଣ ପୂର୍ବରୁ ବ୍ରାଣ୍ଡର ରିଟେଲ୍‌ ନେଟ୍‌ୱର୍କକୁ ସୁଦୃଢ଼ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏପରି କି ବ୍ରାଣ୍ଡର ଏହି ଅଫ୍‌ଲାଇନ୍‌ ସମ୍ପ୍ରସାରଣ ଉପଭୋକ୍ତାଙ୍କୁ ବ୍ୟାପକ ସମ୍ଭାରର ଅନୁଭୂତି ଏବଂ ସାଓମି ଇଣ୍ଡିଆର ପ୍ରିମିୟମ ସ୍ମାର୍ଟଫୋନ୍‌, ସୁଲଭ ସ୍ମାର୍ଟଫୋନ୍‌ ଓ ଲାଇଫ ଷ୍ଟାଇଲ ପ୍ରଡକ୍ଟ ପୋର୍ଟଫୋଲିଓ ସହିତ ଗଭୀର ନିୟୋଜନ ପ୍ରଦାନ କରୁଛି। ଇଣ୍ଟରାକ୍ଟିଭ୍‌ ଡେମୋ ଓ ବିଶେଷଜ୍ଞଙ୍କ ମାର୍ଗଦଶନ ସହିତ ଗ୍ରାହକମାନେ ସାଓମିର ନୂତନ ଟେକ୍ନୋଲୋଜିଗୁଡ଼ିକୁ ବୁଝିପାରିବେ ଓ ଅନୁଭବ କରିପାରିବେ ଏବଂ ଏହି ଷ୍ଟୋର୍‌ଗୁଡ଼ିକରେ ଏକ ସନ୍ତୋଷଜନକ ଶପିଂ ଅନୁଭୂତି ଉପଭୋଗ କରିପାରିବେ।

Share