Categories: ଖେଳ

ଚେନ୍ନାଇ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା

ମୁମ୍ବାଇ,୮।୪: ଆଇପିଏଲ ସିରିଜ ୧୬ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର ଆସିଛି। ମୁମ୍ବାଇର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏହି ମ୍ୟାଚରୁ ବାଦ୍‌ ପଡିପାରନ୍ତି। ଏନେଇ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ସୁବ୍ରମଣ୍ୟମ ବଦ୍ରିନାଥ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବା ଜଣାପଡିଛି।

ସେ କହିଛନ୍ତି , ମୁମ୍ବାଇ ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ କୋହୁଣୀରେ ଆଘାତ ଯୋଗୁ ଚେନ୍ନାଇ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରୁ ବାଦ୍‌ ପଡିବେ। ତେବେ ଏ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ।

Share