Categories: ଖେଳ

ପ୍ରଥମ ମ୍ୟାଚ ପରାଜୟ ପରେ ବିଜୟ ଲକ୍ଷ୍ୟରେ ରୋହିତ

ମୁମ୍ବାଇ,୮।୪: ଆଇପିଏଲ ସିରିଜ ୧୬ରେ ଶନିବାର ୨ଟି ରୋମାଞ୍ଚକ ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଗୁଆହାଟୀରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ରାଜସ୍ଥାନ ରୟାଲ୍ସ ଖେଳାଯିବା ବେଳେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ୫ଥର ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୪ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ଦୁଇଟି ଟିମ ମଧ୍ୟରେ ମୁକାବିଲାକୁ ଦେଖିବାକୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ରହିଛି। ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ହାରିବା ପରେ ବିଜୟ ଲକ୍ଷ୍ୟରେ ରହିଛି ମୁମ୍ବାଇ।

Share