Categories: ଖେଳ

୨୭ ରନରେ ମୁମ୍ବାଇ ବିଜୟୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ କରିଥିଲା। ଫଳରେ ଗୁଜରାଟ ପାଇଁ ୨୧୯ ରନର ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଲକ୍ଷ୍ୟ ପିଛା କରି ଗୁଜରାଟ ୨୦ ଓଭରରେ ୮ ଉଇକେଟ ହରାଇ ୧୯୧ ରନ କରିବାର ସକ୍ଷମ ହୋଇଛି। ତେବେ ମୁମ୍ବାଇ ଦେଇଥିବା ଟାର୍ଗେଟକୁ ଗୁଜରାଟ ପୂରଣ କରିପାରିଲା ନାହିଁ। ଫଳରେ ୨୭ ରନରେ ପରାସ୍ତ ହୋଇଛି।

Share