Categories: ଖେଳ

୬ ଉଇକେଟରେ ମୁମ୍ବାଇ ବିଜୟୀ

ଚଣ୍ଡିଗଡ,୪।୫: ଆଇପିଏଲ ସିଜିନ ୧୬ର ୪୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ବୁଧବାର ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୨୧୪ ରନ କରିଥିଲା। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୧୫ ରନର ବିଜୟ ଲକ୍ଷ୍ୟ ରହଥିଲା। ତେବେ ୨୧୫ ରନର ଲକ୍ଷ୍ୟ ପଛରେ ଯାଇ ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭରରେ ୪ ଓ୍ବିକେଟ ହରାଇ ୨୧୬ କରିଛି। ଫଳରେ ପଞ୍ଜାବକୁ ୬ ଉଇକେଟରେ ବିଜୟ ହୋଇଛି ମୁମ୍ବାଇ।

Share