Categories: ଖେଳ

୧୪ ରନରେ ଜିତିଲା ଏମଆଇ…

ହାଇଦ୍ରାବାଦ,୧୮।୪ :  ଆଇପିଏଲ ସିରିଜ ୧୬ର ୨୫ତମ ମ୍ୟାଚରେ ମଙ୍ଗଳବାର ସନ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)  ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୧୪ ରନରେ ଜିତିଛି।

ଧାର୍ଯ୍ୟ ୧୯୩ ରନର ପିଛା କରି ଏସଆରଏଚ ୧୯.୫  ଓଭରରେ ୧୦ ଓ୍ବିକେଟ ହରାଇ ୧୭୮ ରନ କରିଥିଲା।

ଏସଆରଏଚ ପକ୍ଷରୁ  ମୟଙ୍କ ଅଗ୍ରୱାଲ ୪୮ ରନ କରିଥିବାବେଳେ ଆଡେନ ମାର୍କ୍ରନ ୨୨, ହେନରିଚ କାଲାସେନ ୩୬, ମାକ୍ରୋନ ଜାନସେନ ୧୩, ୱାଶିଂଟନ ସୁନ୍ଦର ୧୦, ଅବଦୁଲ୍ ସମଦ ୯ ରନ କରିଥିଲେ ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ  ଏସଆରଏଚ  ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆଡେନ ମାର୍କ୍ରମଙ୍କ  ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ  ଏମଆଇ ଟିମ ଅଧିନାୟକ  ରୋହିତ ଶର୍ମାଙ୍କ  ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଏମଆଇ ୫ ଓ୍ବିକେଟ ହରାଇ ୧୯୨ ରନ କରିଥିଲା। ଫଳରେ ଏସଆରଏଚ ପାଇଁ ବିଜୟ ଲକ୍ଷ୍ୟ ୧୯୩ ରନ ରହିଛି। ଏମଆଇ ପକ୍ଷରୁ ରୋହିତ ଶର୍ମା ୨୮ ରନ କରିଥିବାବେଳେ ଇଶାନ କିଶନ ୩୮, କ୍ୟାମେରୁନ ଗ୍ରୀନ ୬୪ , ତିଲକ ବର୍ମା ୩୭, ଟିମ ଡେଭିଡ଼ ୧୬ ରନ କରିଥିଲେ।

Share