Categories: ଖେଳ

୬ ୱିକେଟରେ ଜିତିଲା ଏମଆଇ…

ମୁମ୍ବାଇ,୯।୫ : ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର(ଆରସିବି) ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଛି ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ  ୧୬.୩ ଓଭରରେ  ୪ ୱିକେଟ ହରାଇ  ୨୦୦ ରନ କରିଥିଲା ।

ଏମଆଇ ପକ୍ଷରୁ ଇଶାନ କିଶନ ୪୨ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୮୩ ରନ, ନେହାଲ ୱାଧେରା ୫୨ ରନ କରିଥିଲେ ।

ମଙ୍ଗଳବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ଏମଆଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଆରସିବି ଦଳ ଅଧିନାୟକ ଫାପ୍‌ ଡୁ ପ୍ଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଆରସିବି ୬ ଓ୍ବିକେଟ ହରାଇ ୧୯୯ ରନ କରିଥିଲା। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ ରହିଥିଲା।

ଆରସିବି ପକ୍ଷରୁ ଫାପ ଡୁ ପ୍ଲେସିସ ୬୫ ରନ କରିଥିବାବେଳେ ଅନୁଜ ରାଓ୍ବତ ରନ ୬ , ଗ୍ଲେନ ମ୍ୟାକ୍ସଓ୍ବେଲ ୬୮ ରନ, ଦିନେଶ କାର୍ତ୍ତିକ ୩୦ ରନ, କେଦାର ଯାଦବ ୧୨ ରନ, ସ୍ବନେନ୍ଦୁ ହାସାରଙ୍ଗା ୧୨ ରନ କରିଥିଲେ।

Share