Categories: ଖେଳ

୬ ୱିକେଟରେ ଜିତିଲା ଏମଆଇ…

ନୂଆଦିଲ୍ଲୀ,୧୧।୪ : ଆଇପିଏଲ ସିରିଜ ୧୬ର ୧୬ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୬ ୱିକେଟରେ ବିଜୟ ହାସଲ କରିଛି ।

ଧାର୍ଯ୍ୟ ୧୭୩ ରନ ଲକ୍ଷ୍ୟର ପିଛା କରି ଏମଆଇ  ୨୦ ଓଭରରେ  ୪ ୱିକେଟ ହରାଇ ୧୭୩ ରନ  ସଂଗ୍ରହ କରିଥିଲା ।  ଏମଆଇ ପକ୍ଷରୁ  ରୋହିତ ଶର୍ମା ୬୫ ରନ କରିଥିବାବେଳେ ଇଶାନ କିଶନ ୩୧, ତିଲକ ବର୍ମା ୪୧,  ଟିମ ଡେଭିଡ ୧୩ , କ୍ୟାମେରୋନ ଗ୍ରୀନ ୧୭ ରନ କରିଥିଲେ ।

ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଡିସି ଟିମ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

୧୯.୪ ଓଭରରେ ଡିସି ୧୦ ଓ୍ବିକେଟ ହରାଇ ୧୭୨ ରନ କରିଥିଲା। ଫଳରେ ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ ରହି ଥିଲା।

ଡିସି ପକ୍ଷରୁ ପୃଥ୍ବୀ ଶ ୧୫ ରନ କରିଥିବାବେଳେ ଡେଭିଡ ଓ୍ବାର୍ନର ୫୧ , ମନିଶ ପାଣ୍ଡେ ୨୬, ଅକ୍ଷର ପଟେଲ ୫୪ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କରେ ପହଞ୍ଚି ପାରି ନ ଥିଲେ।

Share