Categories: ବାଣିଜ୍ୟ

ଜନପଥରେ ମିଆ ବାୟ ତନିସ୍କର ଏକ୍ସକ୍ଳୁସିଭ ଷ୍ଟୋର

ଭୁବନେଶ୍ୱର,୨୧।୯ (ଅୟଭ ଦାଶ): ଦେଶର ପ୍ରମୁଖ ଫ୍ୟାଶନେବଲ୍‌ ଗହଣା ବ୍ରାଣ୍ଡ୍‌ ‘ମିଆ ବାୟ ତନିସ୍କ’ର ଏକ୍ସକ୍ଳୁସିଭ ଷ୍ଟୋର ୟୁନିଟ୍‌-୩ ଜନପଥ ରୋଡ୍‌ସ୍ଥିତ ନନ୍ଦିଘୋଷ ହାଇଟ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉକ୍ତ ଷ୍ଟୋରର ନାଁ ‘ମିଆ ବାୟ ତନିସ୍କ ବୁଟିକ୍‌’ ରହିଛି। ଏହି ଅବସରରେ ମିଆ ବାୟ ତନିସ୍କର ବିଜ୍‌ନେସ୍‌ ହେଡ୍‌ ଶ୍ୟାମଳା ରାମାନନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଆ ବାୟ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଗହଣା ଡିଭିଜନ୍‌) ସୋମପ୍ରଭ କୁମାର ସିଂହ, ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଆର୍‌ବିଏମ୍‌) ଆଲୋକ ରଞ୍ଜନଙ୍କ ସମେତ ଫ୍ରାଞ୍ଚାଇଜି ପାର୍ଟନର ଯୋଗେନ୍ଦ୍ର ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ ମିଆର ଉତ୍ପାଦଗୁଡ଼ିକ ଉପରେ ଆକର୍ଷଣୀୟ ୨୦% ପର୍ଯ୍ୟନ୍ତ ରିହାତି ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ଅଫର ୨୦୨୩ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଉପଲବ୍ଧ। ବିଶେଷ କରି ୧୧୦୦ ବର୍ଗ ଫୁଟ୍‌ ପରିବ୍ୟାପ୍ତ ସ୍ଥାନରେ ନବନିର୍ମିତ ଷ୍ଟୋରରେ ୧୪ ଏବଂ ୧୮ କ୍ୟାରେଟ୍‌ର ବ୍ୟାପକ ମିଆ ରେଞ୍ଜ୍‌ ସହ ଟ୍ରେଣ୍ଡି ଏବଂ ସମସାମୟିକ ଡିଜାଇନ ମଧ୍ୟ ଉପଲବ୍ଧ।

ମିଆର ପ୍ରମୁଖ ତଥା ଆକର୍ଷକ ଗହଣା ପିସ୍‌ଗୁଡିକ ମଧ୍ୟ ଏଠାରେ ଉପଲବ୍ଧ ରହିଛି। ଏ ସବୁ ଆକର୍ଷଣୀୟ କଲର ଷ୍ଟୋନ୍‌, ଉଜ୍ଜ୍ୱଳ ସୁନା ଓ ହୀରା ଏବଂ ରୁପା ଆଦିରେ ପ୍ରସ୍ତୁତ ହୋଇଛି। ସେହିପରି ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଆକର୍ଷଣୀୟ ଷ୍ଟଡ୍‌, ମୁଦି, ବ୍ରେସ୍‌ଲେଟ୍‌, କାନଫୁଲ, ପେଣ୍ଡେଣ୍ଟ ଏବଂ ନେକୱେର୍‌ ଭଳି ଅନେକ ଡିଜାଇନ ଉପଲବ୍ଧ ରହିଛି। ଏପରିକି ସଦ୍ୟ ଉନ୍ମୋଚିତ ହୋଇଥିବା ନେଚର୍ସ ଫାଇନେଷ୍ଟ କଲେକ୍ସନରୁ ଆକର୍ଷଣୀୟ ଗହଣା ଡିଜାଇନଗୁଡ଼ିକ ମଧ୍ୟ ଏଠାରେ ରହିଛି। ଭର୍ଟିକାଲ ଗାର୍ଡେନ, ସିଟି ପାର୍କ ଏବଂ ଅର୍ବାନ ଫରେଷ୍ଟ ଭଳି ଚିନ୍ତାଧାରାରୁ ଏହା ଅନୁପ୍ରାଣିତ ହୋଇଥିବାବେଳେ ପ୍ରକୃତିର ଏହା ଏକ ପ୍ରତୀକ ବୋଲି କୁହାଯାଇଛି।

Share