Categories: ବାଣିଜ୍ୟ

ରାଉରକେଲାରେ ମିଆ ବାଏ ତନିଷ୍କ ଷ୍ଟୋର

ରାଉରକେଲା,୨୬।୮(ଦିନେଶ ମିଶ୍ର): ରାଉରକେଲା ମେନ୍‌ ରୋଡ୍‌ରେ ପ୍ରଥମ ଥର କରି ମିଆ ବାଏ ତନିଷ୍କ ଶୋରୁମ୍‌ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଦୀପିକା ମହିଳା ସମିତିର ସଭାପତି ସୀମା ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୋରୁମ୍‌କୁ ଉଦ୍‌ଘାଟନ କରିଥିଲେ। ମିଆ ବାଏ ତନିଷ୍କର ନ୍ୟାଶନାଲ ରିଟେଲ ହେଡ୍‌ ରାଜୀବ ମିନନ, ରିଜିଓନାଲ ବିଜ୍‌ନେସ୍‌ ମ୍ୟାନେଜର ଆଲୋକ ରଞ୍ଜନ, ଶୋରୁମ୍‌ ଏମ୍‌ଡି ମଞ୍ଜିତ ସିଂ, ବିସନ ସିଂ, ନବ୍‌ପ୍ରିତ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ଅତିଥିମାନେ ୯ଶହ ସ୍କୋୟାର ଫୁଟ୍‌ରେ ନିର୍ମିତ ଏହି ନୂତନ ଶୋରୁମ୍‌ରେ ଉପଲବ୍ଧ ଆକର୍ଷଣୀୟ ଲକ୍ସଜୁରୀ ଅଳଙ୍କାରଗୁଡିକୁ ବୁଲି ଦେଖିଥିଲେ। ପ୍ରଥମ ଥର କରି ମିଆ ବାଏ ତନିଷ୍କ ଶୋରୁମ ରାଉରକେଲା ସହରବାସୀଙ୍କ ପାଇଁ ଗ୍ରାଣ୍ଡ୍‌ ଲଞ୍ଚ୍‌ ଅଫର ସୁନା ଅଳଙ୍କାର ଉପରେ ୧୦ ପ୍ରତିଶତ ମେକିଂ ରିହାତି ମୂଲ୍ୟ ରଖିଛି। ଡାଇମଣ୍ଡ ଅଳଙ୍କାର ଉପରେ ଫ୍ଲାଟ ୧୦ ପ୍ରତିଶତ ଓ ରୂପା ଅଳଙ୍କାର ଉପରେ ୨୦ ପ୍ରତିଶତ ଫ୍ଲାଟ ରିହାତି ରହିଛି। ଏହି ଶୋରୁମ୍‌ରେ ଡାଇମଣ୍ଡ ମଧ୍ୟରେ ଫିଙ୍ଗର ରିଙ୍ଗ୍‌, କାନଫୁଲ, ଡାଇମଣ୍ଡ ଭେରାଇଟି ଅଫ୍‌ ନେକ୍‌ଲେସ୍‌, ବ୍ରେସ୍‌ଲେଟ, ମଙ୍ଗଳସୂତ୍ର, ପେଣ୍ଡେଣ୍ଟ ଭଳି ଅଳଙ୍କାରଗୁଡିକ ମାତ୍ର ୫ ହଜାର ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ସୁନା ଅଳଙ୍କାର ମଧ୍ୟରେ ମୁଦି, କାନଫୁଲ, ସୁନାହାର, ଷ୍ଟାଇଲିସ୍‌ ବ୍ରେସ୍‌ଲେଟ ଭଳି ସୁନା ଅଳଙ୍କାର ୭ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଆଗକୁ ରାଖୀ ପର୍ବକୁ ଦୃଷ୍ଟିରେ ରଖି ଶୋରୁମ୍‌ ପକ୍ଷରୁ ରୂପା ନିର୍ମିତ ବିଭିନ୍ନ ପ୍ରକାର ରାଖୀ ସାଙ୍ଗକୁ ପାଉଁଜି, ଆଙ୍କଲେଟ୍‌, ରିଙ୍ଗ୍‌ ଭଳି ଅଳଙ୍କାର ମାତ୍ର ୨ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ମିଆ ବାଏ ତନିଷ୍କର ନ୍ୟାଶନାଲ ରିଟେଲ ହେଡ ରାଜୀବ ମିନନ ସୂଚନା ଦେଇଛନ୍ତି। ଏଠାରେ ୧୮ ଓ ୧୪ କ୍ୟାରେଟ୍‌ର ବିଭିନ୍ନ ଅଳଙ୍କାର ମିଳୁଥିବାବେଳେ ଗୋଟିଏ ଶୋରୁମ୍‌ରେ ପ୍ରାୟ ୯ଶହରୁ ଊର୍ଦ୍ଧ୍ୱ ସୂକ୍ଷ୍ମ ଆକର୍ଷଣୀୟ କଳାକୃତି ଅଳଙ୍କାର ମିଳିବ। ଯାହାର ସମ୍ପୂର୍ଣ୍ଣ ଫାଇଦା ରାଉରକେଲା ସହରବାସୀ ନେଇ ପାରିବେ ବୋଲି ଏମ୍‌ଡି ମଞ୍ଜିତ ସିଂ କହିଛନ୍ତି। ମିଆ ବାଏ ତନିଷ୍କ ଶୋରୁମ୍‌ର ମ୍ୟାନେଜର ଅନୀଲ ପାଲଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share