ଓ୍ବାଶିଂଟନ,୨୫ା୭: ବିବାହର ୨ ବର୍ଷ ପରେ ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫା ସ୍ବାମୀ ରବର୍ଟ ସାଣ୍ଡବର୍ଗଙ୍କଠାରୁ ଅଲଗା ହେବେ। ଏନେଇ ସେ ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ସ୍ବିଡେନ ନାଗରିକ ରବର୍ଟଙ୍କୁ ୨୦୧୯ ଜୁନରେ ମିଆ ବିବାହ କରିଥିଲେ। ଉଭୟେ ବର୍ଷେ ଧରି ସେମାନଙ୍କ ସମ୍ପର୍କ ସଜାଡ଼ିବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ବିଫଳ ହୋଇଥିବା ସେ କହିଛନ୍ତି। କିଛି ଦିନ ପୂର୍ବରୁ ମିଆ ତାଙ୍କ ବିବାହ ବାର୍ଷିକୀରେ ରବର୍ଟଙ୍କ ପାଇଁ ହୃଦୟସ୍ପର୍ଶୀ ପୋଷ୍ଟ କରିଥିଲେ। କରୋନା ମହାମାରୀ ପରେ ଉଭୟେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କୁ ଗ୍ରାଣ୍ଡ୍ ପାର୍ଟି ଦେବାର ଯୋଜନା କରିଥିଲେ। କିନ୍ତୁ ଏହା ପୂର୍ବରୁ ଉଭୟେ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି।