Categories: ଖେଳ

କ୍ୱିଟୋଭାଙ୍କୁ ମାୟାମି ଓପନ ଟାଇଟଲ

ମାୟାମି ଗାର୍ଡେନ୍ସ (ଫ୍ଲୋରିଡ଼ା), ୩ା୪(ଏପି): ଦ୍ୱାଦଶ ସିଡ୍‌ ଚେକ୍‌ ରିପବ୍ଲିକ୍‌ର ପେଟ୍ରା କ୍ୱିଟୋଭା ତାଙ୍କ ୧୩ତମ ପଦାର୍ପଣରେ ପ୍ରଥମଥର ମାୟାମି ଓପନ ଟେନିସ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଏକ ମାରାଥନ ଟାଇବ୍ରେକରରେ ସେ ୭ମ ସିଡ୍‌ ଏଲିନା ରିବାକିନାଙ୍କୁ ୭-୬ (୧୪), ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ୩୩ ବର୍ଷୀୟା କ୍ୱିଟୋଭା ତାଙ୍କ ପ୍ରତିପକ୍ଷ ଖେଳାଳିଙ୍କଠାରୁ ବୟସରେ ୧୦ବର୍ଷ ବଡ଼। ଏଠାରେ ବିଜୟ ଦ୍ୱାରା ସେ ରିବାକିନାଙ୍କ କ୍ରମାଗତ ୧୩ ମ୍ୟାଚ୍‌ ବିଜୟରେ ବ୍ରେକ୍‌ ଲଗାଇଛନ୍ତି।

କ୍ୱିଟୋଭାଙ୍କର ଏହା ହେଉଛି ୩୦ତମ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ଟାଇଟଲ ଏବଂ ମାଡ୍ରିଡ୍‌ରେ ୨୦୧୮ ପରେ ଏହା ପ୍ରଥମ। ଅନ୍ୟପକ୍ଷରେ ଏହା ଥିଲଶ ତାଙ୍କର ୪୧ତମ କ୍ୟାରିୟର ଡବ୍ଲ୍ୟୁଟିଏ ଫାଇନାଲ। ମାୟାମିରେ କିନ୍ତୁ ଏହା ଥିଲା ପ୍ରଥମ। ଆଗାମୀ ର଼୍ୟାଙ୍କିଙ୍ଗ୍‌ ତାଲିକାର ସେ ଟପ୍‌ ୧୦ରେ ପ୍ରବେଶ କରିବେ। ଏଠାରେ ଚାମ୍ପିୟନ ହୋଇ କ୍ୱିଟୋଭା ୧.୨୬ ନିୟୁତ ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି। ବର୍ତ୍ତମାନ ଏହି ବୟସରେ ବଡ଼ ଟୁର୍ନାମେଣ୍ଟ ଜିତିପାରୁଥିବାରୁ ସେ ନିଜକୁ ଗୌରବାନ୍ବିତ ମନେ କରୁଥିବା ୩୩ ବର୍ଷୀୟା ଏହି ଖେଳାଳି କହିଛନ୍ତି।

Share