Categories: ବାଣିଜ୍ୟ

ମିଆଁ ବାଇ ତନିସ୍କର ନୂତନ ଷ୍ଟୋର

ସମ୍ବଲପୁର,୩ା୮(ବି.ଶଙ୍କର): ମିଆଁ ବାଇ ତନିସ୍କର ନୂତନ ଷ୍ଟୋର ସମ୍ବଲପୁର ସହର ବୁଢ଼ାରଜା-ଅଇଁଠାପାଲି ରାସ୍ତାରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ା ତନିସ୍କ ଫାଇନାନ୍ସ ମୁଖ୍ୟ ବିକ୍ରମ ରେଡ୍ଡୀ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଷ୍ଟୋର୍‌କୁ ଶୁଭାରମ୍ଭ କରିଥିଲେ। ବ୍ୟବସାୟ ସହଯୋଗୀ ମଞ୍ଜିତ୍‌ ସିଂ ନୂତନ ଭାବେ ଉଦ୍‌ଘାଟିତ ଷ୍ଟୋର୍‌ ଶୁଭାରମ୍ଭ କାର୍ଯ୍ୟ ପରିଚାଳନା କରିଥିଲେ। ଭାରତର ମୂଲ୍ୟବାନ୍‌ ସୂକ୍ଷ୍ମ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ମିଆଁ ବାଇ ତନିସ୍କ ଅନ୍ୟତମ। ଗ୍ରାହକଙ୍କ ଋଚିକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଏହାର ପ୍ରଥମ ସ୍ବତନ୍ତ୍ର ଷ୍ଟୋର ଆରମ୍ଭ କରାଇପାରିଛି। ଏହି ଷ୍ଟୋର୍‌ର ସମୁଦାୟ କ୍ଷେତ୍ର ୧୦୫୦ ବର୍ଗ ଫୁଟ ରହିଛି। ଅଳଙ୍କାରଗୁଡ଼ିକ ବିଭିନ୍ନ ରଙ୍ଗର ପଥରରେ ଖଚିତ ହୋଇ ଗ୍ରାହକମାନଙ୍କୁ ଆକୃଷ୍ଟ କରିଛି। ସୁନା, ହୀରା ଏବଂ ରୁପାର କାନଫୁଲ, ବ୍ରେସ୍‌ଲେଟ୍‌, ହାର, ଆଙ୍ଗୁଠି ମୁଦି, ମଙ୍ଗଳସୂତ୍ର ଏବଂ ଅନ୍ୟାନ୍ୟ ନୂତନ ଡିଜାଇନ୍‌ଗୁଡିକ ଶୋ’ରୁମ୍‌ରେ ଉପଲବ୍ଧ ରହିଛି, ଯାହା ଗ୍ରାହକଙ୍କ ପସନ୍ଦକୁ ପୂରଣ କରିଛି ା ଅଳଙ୍କାରଗୁଡିକ ବେଶ୍‌ ମନଲୋଭା ଓ ଚମତ୍କାର ହୋଇଛି। ମିଆଁ ବାଇ ତନିସ୍କ ଷ୍ଟୋର୍‌ରେ ଗ୍ଲୋ ଉଇଥ୍‌ ପ୍ଲୋ, ଗ୍ଲୋ ଏବଂ କ୍ୟୁପିଡ୍‌ ଏଡିଟ୍‌ ଡିଜାଇନ୍‌ର କଲେକ୍ସନ ରହିଛି। ୧୪ କ୍ୟାରେଟ ସୁନାରେ ନିର୍ମିତ ୨୦୦ରୁ ଅଧିକ ଡିଜାଇନ୍‌ର ଅତ୍ୟାଧୁନିକ ଅଳଙ୍କାର ଗ୍ରାହକଙ୍କୁ ଆକୃଷ୍ଟ କରିବ। ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସର୍କଲ ବିଜ୍‌ନେସ୍‌ ମ୍ୟାନେଜର ଅରିନ୍ଦମ ପ୍ରମାଣିକ କହିଛନ୍ତି, ସମ୍ବଲପୁର ଏକ ସମୃଦ୍ଧ ସହର। ଆମେ ଆଧୁନିକ ତଥା ଫ୍ୟାଶନେବଲ ମହିଳାମାନଙ୍କୁ ଏକ ଅଦ୍ୱିତୀୟ ସୂକ୍ଷ୍ମ ଅଳଙ୍କାର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ପ୍ରକୃତରେ ପ୍ରମୁଖ ବଜାର ଭାବେ ଓଡ଼ିଶା ଓ ସମ୍ବଲପୁର ପ୍ରତି ଆମର ପ୍ରତିବଦ୍ଧତା ରହିଛି ା ଏହାକୁ ଦୃଷ୍ଟିରେ ରଖି ଆମେ ମିଆଁ ବାଇ ତନିସ୍କ ଷ୍ଟୋର୍‌ ଶୁଭାରମ୍ଭ କରିଛୁ। ଅଗଷ୍ଟ ୪ ପର୍ଯ୍ୟନ୍ତ ଗ୍ରାହକମାନଙ୍କ ଲାଗି ବିଭିନ୍ନ ଅଫର ରହିଛି ବୋଲି ପ୍ରମାଣିକ କହିଥିଲେ ା

Share