ପାକ୍‌ରେ ମିଆଙ୍କ ଟିକ୍‌ଟକ୍‌ ବ୍ୟାନ୍‌

ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍‌ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍‌ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ ସେ ତାଙ୍କ ପାକିସ୍ତାନୀ ଫ୍ୟାନଙ୍କ ସହ ଟିକ୍‌ଟକ୍‌ ଭିଡିଓ ଶେୟାର କରିବେ ବୋଲି ମିଆ କହିଛନ୍ତି। କାହିଁକି ମିଆଙ୍କ ଆକାଉଣ୍ଟ ବ୍ୟାନ୍‌ କରାଗଲା ସେ ନେଇ ପାକିସ୍ତାନ ଟେଲିକମ୍ୟୁନିକେଶନ ଅଧିକାରୀଙ୍କ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇନାହିଁ। ଟିକ୍‌ଟକ୍‌ରେ ମିଆଙ୍କ ୨.୨ କୋଟି ଫଲୋଅର୍ସ ଅଛନ୍ତି। ପୂର୍ବରୁ ପାକିସ୍ତାନ ଟିକ୍‌ଟକ୍‌ ଉପରେ ୨ ଥର ବ୍ୟାନ୍‌ ଲଗାଇ ଏହାକୁ ହଟାଇଛି।

Share