Categories: ଖେଳ

ପ୍ରେମିକାଙ୍କ ସହ ସର୍ବସାଧାରଣରେ ଝଗଡ଼ା: ଜରିମାନା ଗଣିବେ କ୍ଲାର୍କ !

ନୂଆଦିଲ୍ଲୀ, ୨୨।୧: ସର୍ବସାଧାରଣରେ ପ୍ରେମିକାଙ୍କ ସହ ବଚସାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କ୍ଲାର୍କଙ୍କୁ ପ୍ରେମିକା ଜାଡେ ଚାପୁଡ଼ା ମାରିଥିବା ଦେଖାଯାଇଥିଲା। ଏହି ଘଟଣା ପରେ କୁଇନ୍ସଲ୍ୟାଣ୍ଡ ପୋଲିସ ଦ୍ୱାରା କ୍ଲାର୍କ ଏବଂ ତାଙ୍କ ପ୍ରେମିକାଙ୍କ ଉପରେ ଜରିମାନା ଲଗାଯାଇଛି। ସର୍ବସାଧାରଣ ସ୍ଥାନରେ ହଙ୍ଗାମା କରିବା ଏବଂ ପରିବେଶକୁ ଖରାପ କରିବାକୁ ନେଇ ଏହି ଜରିମାନା ଲଗାଯାଇଥିବା ଜଣାପଡ଼ିଛି।

ରିପୋର୍ଟ ମୁତାବକ, ପ୍ରତାରଣାକୁ ନେଇ କ୍ଲାର୍କ ଏବଂ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହୋଇଥିଲା।

Share