Categories: ଖେଳ

ସିଡନୀ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଖେଳାଳି…

ସିଡନୀ,୩।୧: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କ୍ରମାଗତ ଭାବେ ଖରାପ ଫର୍ମ ଏବଂ ଅଧିନାୟକତ୍ୱକୁ ନେଇ ସଂଘର୍ଷ କରୁଛନ୍ତି। ଏହି କାରଣରୁ ସେ ନିଜକୁ ସିଡନୀ ଟେଷ୍ଟରୁ ଡ୍ରପ୍‌ କରିଛନ୍ତି। ଏହି ଟେଷ୍ଟ ପରେ ରୋହିତ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ତାହା ସ୍ପଷ୍ଟ ହୋଇଯିବ। ହେଲେ ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ କ୍ଲାର୍କ ମାଇକେଲ କ୍ଲାର୍କ ଓପନର ଉସମାନ ଖ୍ବାଜାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସିଡନୀ ଟେଷ୍ଟ ପରେ ଖ୍ବାଜାଙ୍କୁ ଅବସର ନେଇନେବା ଉଚିତ ବୋଲି ସେ କହିଛନ୍ତି।

କ୍ଲାର୍କ କହିଛନ୍ତି, ସମୟ ଆସିଛି। ଉସ୍‌ମାନଙ୍କୁ ଏବେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ଉଚିତ। ସେ ଜଣେ ଅଦ୍ଭୁତ ଖେଳାଳି ରହି ଆସିଛନ୍ତି। ତାଙ୍କୁ ୩୮ ବର୍ଷ। ମୋତେ ଲାଗୁଛି ଯେ ଏହା ତାଙ୍କ ଅବସର ଘୋଷଣା ପାଇଁ ଭଲ ଅବସର ରହିବ ଏବଂ ସିଡନୀ ତାଙ୍କର ଅନ୍ତିମ ଟେଷ୍ଟ ହେବ।

କେବଳ ସେତିକି ନୁହେଁ କ୍ଲାର୍କ କହିଛନ୍ତି ଯେ ମୋତେ ଲାଗୁଛି ଯେ ସେ ଖେଳିବା ଜାରି ରଖିବେ। ପୁରା ସିରିଜରେ ତାଙ୍କ ଫର୍ମ ସେତେଟା ଆଖିଦୃଶିଆ ନ ଥିଲା। ଏଣୁ ସେ ସନ୍ନ୍ୟାସ ନେବା ପରେ ଜଣେ ନୂଆ ଖେଳାଳିଙ୍କ ଆସିବା, ବ୍ୟାଟିଂ କରିବା, ପ୍ରଥମ ଆସେଜ୍‌ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ କିଛି ଟେଷ୍ଟ ମ୍ୟାଚ୍‌ କ୍ରିକେଟର ଅନୁଭବ ରଖିବା ଲାଗି ବଡ଼ ଅବସର ସୃଷ୍ଟି ହେବ ବୋଲି ସେ କହିଛନ୍ତି।